ଅଗଷ୍ଟ ୧୬କୁ ଏହି ଦିବସ ଭାବେ ଘୋଷଣା କଲେ ମମତା
ଅଗଷ୍ଟ ୧୬କୁ ଏହି ଦିବସ ଭାବେ ଘୋଷଣା କଲେ ମମତା
କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୧୬କୁ ‘ଖେଲା ହବେ’ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛନ୍ତି । ଏହି ଦିବସରେ ରାଜ୍ୟରୁ ଖେଳର ବିକାଶ ପାଇଁ କାର୍ଯ୍ୟକ୍ରମ ଘୋଷଣା କରାଯିବ । ଏତଦ ବ୍ୟତୀତ ୧୯୮୦ର ଏହି ଦିନରେ ପ୍ରସିଦ୍ଧ ଇଡେନ ଗାର୍ଡନ ପଡ଼ିଆରେ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଦଳଚକଟାରେ ମୃତକଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯିବ ବୋଲି ମମତା କହିଛନ୍ତି । ଏହି ଦିନ ଫୁଟବଲକୁ ପ୍ରୋତ୍ସାହନ ପାଇଁ ପଦକ୍ଷେପ ହାତକୁ ନିଆଯିବ ଏବଂ ପ୍ରସିଦ୍ଧ ଫୁଟବଲ କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯିବ । ବିଜେପି ପକ୍ଷରୁ ମମତାଙ୍କ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଛି । ୧୯୪୬ ଅଗଷ୍ଟ ୧୬ରେ ସାମ୍ପ୍ରଦିୟକ ଦଙ୍ଗା ଘଟି ଶତାଧିକଙ୍କ ପ୍ରାଣହାନି ଘଟିଥିବା ବେଳେ ଏହି ଦିନକୁ ଉତ୍ସବ ଭାବେ ପାଳିବା ନିନ୍ଦନୀୟ ବୋଲି କହିଛନ୍ତି ବିଧାୟକ ଶୁଭେନ୍ଦୁ ଅଧିକାରୀ । ‘ଡାଇରେକ୍ଟ ଆକ୍ସନ ଡେ’ଭାବେ ପାଳିତ ହେଉଥିବା ଏହି ଦିବସକୁ ମମତା ପରିବର୍ତ୍ତନ କରୁଥିବାରୁ ଏହାକୁ ସେ ନିନ୍ଦା କରିଛନ୍ତି । ମମତାଙ୍କ ପଦକ୍ଷେପକୁ ବନ୍ଦ କିମ୍ବା ଦିନ ପରିବର୍ତ୍ତନ କରିବା ଉଦେ୍ଧଶ୍ୟରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ସେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମମତାଙ୍କ ‘ଖେଳା ହବେ’ ସ୍ଲୋଗାନ ଜାତୀୟସ୍ତରରେ ଲୋକପି୍ରୟତା ଅର୍ଜନ କରିଥିଲା ।




admin 