ସାବଧାନ! ମଦ ପିଇ ଗାଡ଼ି ଚଳାଇଲେ ଜେଲ୍‌

ସାବଧାନ! ମଦ ପିଇ ଗାଡ଼ି ଚଳାଇଲେ ଜେଲ୍‌

ସାବଧାନ! ମଦ ପିଇ ଗାଡ଼ି ଚଳାଇଲେ ଜେଲ୍‌

ଭୁବନେଶ୍ୱର:  ସାବଧାନ ହୋଇଯାନ୍ତୁ। ଏଣିକି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରା ପଡ଼ିଲେ ନିସ୍ତାର ନାହିଁ। ଜରିମାନା ଦେଇ ଆଉ ଖସି ପାରିବେ ନାହିଁ। ଏଣିକି ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରି ଧରା ପଡ଼ିଲେ ହେବେ ହଟହଟା । ମଦ୍ୟପ ଡ୍ରାଇଭରଙ୍କୁ ଅଟକ ରଖିବା ସହ କୋର୍ଟଚାଲାଣ କରିବ ପୁଲିସ୍‌।  ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ରଦ୍ଦ କରାଯିବ । ଏବେ କମିଶନରେଟ ପୁଲିସ୍‌ ଓ ଅବକାରୀ ବିଭାଗ ଆକ୍ସନ ମୁଡକୁ ଆସି ଯାଇଥିବାରୁ ଆଉ ବର୍ତ୍ତିପାରିବେନି ମଦୁଆ ଡ୍ରାଇଭର ।

ଏନେଇ ଭୁବନେଶ୍ୱର ଆରଟିଓ-୨ ଅଧିକାରୀ ବିରଞ୍ଚି ନାରାୟଣ କହିଛନ୍ତି, ପୁଲିସ୍‌ ମହାନିର୍ଦ୍ଦେଶକ ଓ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଚେଶ୍ୱର ପୁଲିସ୍‌ ଓ ଆରଟିଓ-୨ ତରଫରୁ ହାଇଟେକ ଛକରେ ଏହି ମିଳିତ ଚେକିଂ ଚାଲିଛି। ମଦ୍ୟପଙ୍କୁ ଧରିବା ସହ ଯାହା ଗାଡ଼ିରେ ଲାଇଟ୍‌ ଜଳୁନି ସେମାନଙ୍କର ମଧ୍ୟ ଚାଲାଣ କଟାଯାଉଛି। ଯିଏ ମଦ ପିଇ ଗାଡ଼ି ଚଲାଇବ, ସିଏ ଅଟକ ରହି କୋର୍ଟ ଚାଲାଣ ହେବେ। ଆଉ ଫାଇନ୍‌ ଦେଇ ଖସି ପାରିବେନି।