ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ

ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ

ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କିଛି ଦିନ ପୂର୍ବରୁ ଦଶମ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ୧୮ ବର୍ଷରୁ ଉଦ୍ଧ୍ୱର୍ ଯୁବକଙ୍କୁ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ମେ ୧ରୁ ଯୁବବର୍ଗଙ୍କୂ ଟିକାକରଣ କରାଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ଯୁବକଙ୍କୁ ଟିକାକରଣ ହେବ । ଅଧିକ ସେସନ ସାଇଟ୍ ସହ ଟିକାକରଣ କେନ୍ଦ୍ର ବୃଦ୍ଧି ପାଇବ । ଯୁବକମାନେ କୋୱିନ ଆପରେ ନିଜର ନାଁ ପଞ୍ଜିକରଣ କରିପାରିବେ । ଏହା ସହ ସ୍ପଟ ପଞ୍ଜିକରଣ ହୋଇପାରିବ । ଓଡିଶାକୁ ଆଜି ୧ ଲକ୍ଷ କୋଭିସିଲ୍ଟ ଟିକା ଆସୁଛି । ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିପ୍ରାହୀ ସୂଚନା ଦେଇଛନ୍ତି ।