ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ

ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ

ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ
ମସ୍କୋ: ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ । ଏଥିପାଇଁ ଭ୍ଲାଦିମିର ପୁତିନଙ୍କ ସରକାର ଦେଶର ଜଣେ ନିଦେ୍ର୍ଧଶକଙ୍କୁ ମହାକାଶକୁ ପଠାଇବା ପାଇଁ ଯୋଜନା କରିଛନ୍ତି । ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମହାକାଶକୁ ପଠାଇବା ପାଇଁ ଗତ ବର୍ଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଘୋଷଣା କରିଥିଲା । କିନ୍ତୁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ଏପରି ସ୍ଥଳେ ରୁଷର ମହାକାଶ ଗବେଷଣା ସଂସ୍ଥା ଚଳଚ୍ଚିତ୍ର ନିର୍ମାଣ ବିଷୟ ଘୋଷଣା କରିଛି । “ସ୍ପେସ ଡ୍ରାମା” ନାମରେ ଏହା ଏକ ଚଳଚ୍ଚିତ୍ର ନିର୍ମାଣ କରୁଛି, ଯାହାକୁ ଏବେ ‘ଚାଲେଞ୍ଜ’ ବୋଲି କୁହାଯାଉଛି । କ୍ଲିମ ଶିପେଙ୍କୋଙ୍କ ନିଦେ୍ର୍ଧଶିତ ଏହି ଚଳଚ୍ଚିତ୍ରରେ ଦାମିତି୍ର ରୋଗୋଜିନ ସହ ପ୍ରଯୋଜକ ଅଛନ୍ତି । ଦେଶର ଲୋକପି୍ରୟ ଅଭିନେତ୍ରୀ ୩୭ ବର୍ଷିୟା ୟୁଲିଆ ପରସିଲ୍ଡ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ମହାକାଶ ଯାତ୍ରା ପୂର୍ବରୁ ସେମାନଙ୍କୁ ବିଧିବଦ୍ଧ ତାଲିକା ଦିଆଯିବ ।