ସରକାରୀ କ୍ୱାର୍ଟର୍ସରୁ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସରକାରୀ କ୍ୱାର୍ଟର୍ସରୁ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଧର୍ମଗଡ଼: ସରକାରୀ କ୍ୱାର୍ଟର୍ସରୁ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଲ ଜଣଙ୍କ ହେଲେ ଦେବରାଜ ନାଏକ। ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କନଷ୍ଟେବଲ ଭାବେ କାର୍ୟ୍ୟରତ ଥିଲେ। ଦେବରାଜଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ବୋଲି ଜଣାଯାଇଛି।
ଆଜି ସକାଳେ ଦେବରାଜଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ସେ ସରକାରୀ ବାସଭବନରେ ଏକା ରହୁଥିଲେ। ତାଙ୍କ ପରିବାର ଲୋକେ ନନ୍ଦାହାଣ୍ଡିରେ ରହୁଥିଲେ। ସେ ବିବାହିତ ଥିଲେ।
ଦେବରାଜ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଅସଷ୍ଟ ରହିଛି। ପଧର୍ମଗଡ଼ ଡିଏସ୍ପି ଓ ଗୋଲାମୁଣ୍ଡା ଆଇଆଇସି ପହଞ୍ଚି ତଦନ୍ତ କରୁଛନ୍ତି।




admin 