ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି

ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି

ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି
ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେଇଛନ୍ତି । ୫୦ତମ ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି ଏମ. ଭେଙ୍ଗୟା ନାଇଡୁ ଯୋଗ ଦେଇଛନ୍ତି । ଉପରାଷ୍ଟ୍ରପତି ଓଡିଆରେ ଅଭିଭାଷଣ ଆରମ୍ଭ କଲେ । ଏହି ସମାବର୍ତନ ଉତ୍ସବରେ ୫ ବିଶିଷ୍ଟ ବ୍ୟକ୍ତଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ଏଲଏଲଡି ଉପାଧି ଦିଆଗଲା । ସେହିପରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସିଏଜି ଗିରିଶ ମୁର୍ମୁଙ୍କୁ ଡକ୍ଟରେଟ ଉପାଧି ଦିଆଯାଇଛି । ବାର୍କର ନିଦେ୍ର୍ଧଶକ ଅଜିତ ମହାନ୍ତିଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଓଏଭି ସଂଗଠକ ଉପଦେଷ୍ଟା ବିଜୟ ସାହୁଙ୍କୁ ଉକ୍ଟରେଟ ଉପାଧି ପ୍ରଦାନ କରାଗଲା । ୪୧ ଜଣଙ୍କୁ ପିଏଚଡି ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଗଲା ।