ସବୁ ବର୍ଗର ବିକାଶ ପାଇଁ କାର୍ଯ୍ୟ କରିବୁ: ସୁରେଶ ମହାପାତ୍ର

ସବୁ ବର୍ଗର ବିକାଶ ପାଇଁ କାର୍ଯ୍ୟ କରିବୁ: ସୁରେଶ ମହାପାତ୍ର

ସବୁ ବର୍ଗର ବିକାଶ ପାଇଁ କାର୍ଯ୍ୟ କରିବୁ: ସୁରେଶ ମହାପାତ୍ର
ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟ ଶାସନ ସଚିବଭାବେ ଦାୟିତ୍ୱ ନେଇଛନ୍ତି ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ଅବସରରେ ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱ ନେବା ପରେ ଶ୍ରୀ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜଗନ୍ନାଥଙ୍କ କୃପାରୁ ଓଡ଼ିଶାବାସୀଙ୍କ ପାଇଁ ୨୦୨୧ ମଙ୍ଗଳମୟ ହେଉ । କରୋନା ମୁକାବିଲା ସହ ଅର୍ଥନୈତିକ ଅଭିବୃଦ୍ଧି ସରକାରଙ୍କ ପାଇଁ ଆହ୍ୱାନ । ରାଜ୍ୟର ସବୁ ବର୍ଗର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରିବୁ । ରାଜ୍ୟ ସରକାର ହାତକୁ ନେଇଥିବା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ କରାଯିବ ବୋଲି ସୁରେଶ ମହାପାତ୍ର କହିଛନ୍ତି । ପ୍ରକାଶ ଯେ, ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଅନେକ ଅଦଳବଦଳ କରିଥିଲେ । ଚଳିତ ମାସରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ତେଣୁ ପରବର୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ସେନେଇ ଚର୍ଚ୍ଚା ଜୋରଦାର ହେଉଥିଲା । ତେବେ ଏହି ଦୌଡ଼ରେ ସୁରେଶ ସର୍ବାଗ୍ରେ ରହିଥିଲେ । ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି । ରାଜ୍ୟ ସରକାରଙ୍କ ବହୁ ବିଭାଗରେ ସେ କାର୍ଯ୍ୟ କରି ନିଜ ଦକ୍ଷତାର ପରାକାଷ୍ଠା ପ୍ରତିପାଦିତ କରିଥିଲେ ।