'ଷ୍ଟାଚ୍ୟୁ ଅଫ୍ ପିସ୍‌'ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

'ଷ୍ଟାଚ୍ୟୁ ଅଫ୍ ପିସ୍‌'ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

'ଷ୍ଟାଚ୍ୟୁ ଅଫ୍ ପିସ୍‌'ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆଜି ଜୈନଚାର୍ୟ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ ୧୫୧ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ଥାନର ପାଲି ଜିଲ୍ଲାରେ 'ଷ୍ଟାଚ୍ୟୁ ଅଫ୍ ପିସ୍‌' ଉନ୍ମୋଚନ କରିଛନ୍ତି। ଏହି ମୂର୍ତ୍ତିଟି ୨୭ ଫୁଟ୍‌ ଉଚ୍ଚର ହୋଇଥିବାବେଳେ ଏହାର ଓଜନ ୧୩୦୦ କିଲୋ ରହିଛି ।ଅଷ୍ଟଧାତୁରେ ଏହି ମୂର୍ତ୍ତି ନିର୍ମାଣ ହୋଇଛି । 'ଷ୍ଟାଚ୍ୟୁ ଅଫ୍ ପିସ୍‌' ବିଶ୍ୱରେ ଶାନ୍ତି, ଅହିଂସା ଏବଂ ସେବାର ପ୍ରେରଣା ଉତ୍ସ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।