ଶ୍ୱେତାଙ୍କ ପଇସାରେ ଅୟସ କରୁଥିଲେ ସୌମ୍ୟଜିତ

ଶ୍ୱେତାଙ୍କ ପଇସାରେ ଅୟସ କରୁଥିଲେ ସୌମ୍ୟଜିତ

ଶ୍ୱେତାଙ୍କ ପଇସାରେ ଅୟସ କରୁଥିଲେ ସୌମ୍ୟଜିତ

ଭୁବନେଶ୍ୱର: ଖୋଲୁନି ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ରହସ୍ୟ । ସାମ୍ନାକୁ ଆସିଲା ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ମାଆଙ୍କୁ ଶ୍ୱେତା ଦେଇଥିବା ମେସେଜ୍ । ଏଥିରେ ସୌମ୍ୟଜିତ କିଭଳି ଶ୍ୱେତାଙ୍କୁ ବ୍ଲାକମେଲ କରୁଥିଲେ ତାହା ଜଣାପଡ଼ିଛି । ଚାଟରେ ଶ୍ୱେତା ଲେଖିଛନ୍ତି, ୩ ବର୍ଷ ହେଲା ତାଙ୍କ ପଇସାରେ ଅୟସ କରୁଥିଲେ ସୌମ୍ୟଜିତ ମହାପାତ୍ର । ଏପରିକି ଫଟୋ ଭାଇରାଲ କରିବାକୁ ଧମକ ବି ଦେଇଥିଲେ ।

ବ୍ରେକଅପ ପରେ ବି ଟଙ୍କା ନେବାକୁ ପଛଘୁଞ୍ଚା ଦେଉନଥିଲେ ବୋଲି ଶ୍ୱେତା ତାଙ୍କ ଚାଟରେ ଲେଖିଛନ୍ତି । ସେହିଭଳି ଶ୍ୱେତାଙ୍କ ଭାଇଙ୍କ ସହ ଶ୍ୱେତାଙ୍କ ସାଙ୍ଗଙ୍କ କଥାବାର୍ତ୍ତା ବି ଭାଇରାଲ ହେବାରେ ଲାଗିଛି । ଏଥିରେ ଯେଉଁ ବାର୍ତ୍ତାଳାପ ରହିଛି ସେହି ଅନୁସାରେ, ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ସୌମ୍ୟଜିତ । ସେପଟେ ଗିରଫଦାରୀ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ସୌମ୍ୟଜିତ ମହାପାତ୍ର ।