ଶ୍ରୀଲିଙ୍ଗରାଜ ମନ୍ଦିରକୁ ଫୁଲ ଓ ବେଲପତ୍ରକୁ ଅନୁମତି
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଫୁଲ ଓ ବେଲପତ୍ରକୁ ଅନୁମତି
ପୁରୁଣା ଭୁବନେଶ୍ୱର: ଭକ୍ତମାନଙ୍କ ଲାଗି ଖୁସି ଖବର। କାର୍ତ୍ତିକ ମାସରେ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କଠାରେ ଲାଗି କରିପାରିବେ ଫୁଲ ଓ ବେଲ ପତ୍ର । ଏ ନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ କରୋନା ଭୟ ଯୋଗୁଁ ମନ୍ଦିରକୁ କୌଣସି ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା। ଏବେ ଭକ୍ତମାନେ ଫୁଲ ବେଲପତ୍ର ନେଇ ସେବାୟତଙ୍କୁ ସମର୍ପଣ ପାଇଁ ଦେଇପାରିବେ। ପୂର୍ବ ପରି ଶ୍ରଦ୍ଧାଳୁମାନେ ଆଡ଼କାଠରୁ ଦର୍ଶନ କରିବେ। ପ୍ରକାଶ ଥାଉ କି, ଏବେ କାର୍ତ୍ତିକ ମାସ ଚାଲିଥିବାରୁ ମାସ ତମାମ ଶ୍ରୀ ଜୀଉଙ୍କୁ ଦାମୋଦର ବେଶ କରାଯିବ। ମନ୍ଦିରରେ ସକାଳ ଧୂପରେ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯାଉଛି। କରୋନା ଭୟ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ହବିଷ୍ୟାଳିମାନେ ଯାଉ ନାହାନ୍ତି।




admin 