ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଆଜି
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଆଜି
କଲମ୍ବୋ : ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବ । ଯିଏ ବି ନିର୍ବାଚିତ ହେବେ ସେ ଗୋଟାବାୟାଙ୍କ କାର୍ୟ୍ୟକାଳ ସରିବା ଯାଏଁ ପଦରେ ରହିବେ । ଅର୍ଥାତ ନୂଆ ରାଷ୍ଟ୍ରପତିଙ୍କ କାର୍ୟ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ । ରାନିଲ ବିକ୍ରମାସିଙ୍ଘେଙ୍କ ପରେ ଦ୍ୱିତୀୟ ବଡ଼ ଚେହେରା ଭାବେ ଦୁଲାସ ଆଲାପେରୁମ୍ମା ନାଁକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରିବା ଲାଗି ସବୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ସାଜିଥ୍ ପ୍ରେମଦାସା ।
ତିନି ପର୍ୟ୍ୟାୟରେ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ। କିନ୍ତୁ ସେ ଅଧାରୁ ଅଧିକ ଭୋଟ୍ ପାଇଥିବା ଆବଶ୍ୟକ। ମତଦାନ ପାଇଁ ଆଜି ସଂସଦ ଅଧିବେଶନ ବସିବ। ଶ୍ରୀଲଙ୍କା ସ୍ଥିତି ସଂକଟାପନ୍ନ ରହିଥିବା ବେଳେ ଅର୍ଥନୀତି ଟଳମଳ ଅବସ୍ଥାରେ ଗତି କରୁଛି। ଆର୍ଥିକ ସମସ୍ୟାରୁ ଆରମ୍ଭ ହୋଇଥିବା ସଂକଟ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି ।
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ମତଦାନ ହେବାକୁ ଥିବାବେଳେ ମଙ୍ଗଳବାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ସେ ଅନ୍ୟତମ ପ୍ରାର୍ଥୀ ଡୁଲାସ୍ ଆଲାପେରୁମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହା ପରେ କାମଚଳା ରାଷ୍ଟ୍ରପତି ଥିବା ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ରନିଲ ବିକ୍ରମସିଂହେ, ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ଡୁଲାସ୍ ଆଲାପେରୁମା ଓ ଜନତା ବିମୁକ୍ତି ପେରାମୁନେ ଦଳର ଅନୁରା କୁମାର ଦିଶାନାୟେକ ପ୍ରାର୍ଥୀ ରହିଛନ୍ତି। ଡୁଲାସ୍ ପୂର୍ବତନ ଗଣମାଧ୍ୟମ ବ୍ୟକ୍ତିତ୍ବ। ସଂସଦର ୨୨୫ ସଦସ୍ୟ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ତିନି ପର୍ୟ୍ୟାୟରେ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ; କିନ୍ତୁ ସେ ଅଧାରୁ ଅଧିକ ଭୋଟ୍ ପାଇଥିବା ଆବଶ୍ୟକ। ମତଦାନ ପାଇଁ ବୁଧବାର ସଂସଦ ଅଧିବେଶନ ବସିବ। ସଂସଦରେ ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ସର୍ବାଧିକ ସଦସ୍ୟ ଥିବାରୁ ରନିଲ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି।




admin 