ଶ୍ରୀମନ୍ଦିରରେ ୧୨୦୦ରୁ ଅଧିକ ସେବକ ଟିକା ନେଲେଣି

ଶ୍ରୀମନ୍ଦିରରେ ୧୨୦୦ରୁ ଅଧିକ ସେବକ ଟିକା ନେଲେଣି

ଶ୍ରୀମନ୍ଦିରରେ ୧୨୦୦ରୁ ଅଧିକ ସେବକ ଟିକା ନେଲେଣି
ପୁରୀ:ସେବାୟତଙ୍କ ସୁରକ୍ଷା ଚିନ୍ତା ଘାରିଛି ଶ୍ରୀମନ୍ଦିର ପ୍ରଶାସନକୁ । କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମିତ ସେବକଙ୍କ ସଂଖ୍ୟା ୧୦୦ ଟପିଲାଣି । ମହାପ୍ରଭୁଙ୍କ ସେବା, ପୂଜା, ନୀତି ସମ୍ପାଦନ ପାଇଁ ସେବାୟତ ସୁସ୍ଥ ରହିବା ଜରୁରୀ । ତେଣୁ ପୁରୀରେ ଦୁଇଟି ଟିକା କେନ୍ଦ୍ର ସେବାୟତଙ୍କ ପାଇଁ ଖୋଲା ଯାଇଛି । ଅଢେ଼ଇ ହଜାର ପରିବାରଙ୍କୁ ଟିକା ଦେବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏବେ ୧୨୦୦ ରୁ ଅଧିକ ସେବକ ଟିକା ନେଲେଣି । କିନ୍ତୁ ଟିକା ପରିମାଣ ଯଥେଷ୍ଟ ରହୁନାହିଁ । ଏହାର ସମାଧାନ ପାଇଁ ସେବାୟତଙ୍କ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଭାବେ ୨୫ ହଜାର ଟିକା ମଗାଉଥିବାର ଖବର ମିଳିଛି । ଖାଲି ସେତିକି ନୁହେଁ ସଂକ୍ରମଣକୁ ଖାତିର ନ କରି ପାଳି ଖଟୁଥିବା ସେବାୟତଙ୍କୁ ଗତ ବର୍ଷ ଦୁଇଗୁଣା ପ୍ରାପ୍ୟ ଦେଇଥିଲା ପ୍ରଶାସନ । ଚଳିତ ବର୍ଷ ବି ଶ୍ରୀମନ୍ଦିରରେ ପାଳି ଖଟୁଥିବା ସେବାୟତଙ୍କୁ ଦୁଇଗୁଣା ପ୍ରାପ୍ୟ ପାଉଣା ଦେବାକୁ ନିଷ୍ପତ୍ତି ହୋଇଛି । ଗତ ଏପି୍ରଲ ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ଦର୍ଶନ ବନ୍ଦ ଯୋଗୁଁ ଗତବର୍ଷ ସେବାୟତମାନେ ପରିବାର ପୋଷଣ କଷ୍ଟଦାୟକ ହୋଇପଡ଼ିଥିଲା ।