ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଡ୍ରେସକୋଡ
ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଡ୍ରେସକୋଡ
ପୁରୀ : ଶ୍ରୀମନ୍ଦିରରେ ଗୁରୁବାରଠାରୁ ସେବାୟତଙ୍କ କ୍ଷେତ୍ରରେ ଲାଗୁ ହୋଇଛି ଡ୍ରେସକୋଡ । ସେବାୟତମାନେ ସେମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରି ଆରମ୍ଭ କରିଛନ୍ତି ମହାପ୍ରଭୁଙ୍କ ସେବାକାର୍ୟ୍ୟ । ମକୁଟା, ରଣପୁରୀ, ଧୋବ(ଧୋତି), ପାଟ ଆଦି ପିନ୍ଧି ଖଟିଛନ୍ତି ପାଳି । ଅନ୍ୟପଟେ ଦୀପାବଳିରୁ ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି ଏହି ନିୟମ । ପାରିପାର୍ଶ୍ୱିକ ସ୍ଥିତି ଓ ଅନୁଭୂତିକୁ ଦେଖି ଆଗାମୀ ଦିନରେ ଭକ୍ତଙ୍କ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ତଥା ଶ୍ରୀମନ୍ଦିରର ଗାରିମା ବଜାୟ ରଖିବା ପାଇଁ ଶ୍ରୀମନ୍ଦିରରେ ଡ୍ରେସକୋଡ ଲାଗୁ କରିବାକୁ ଖୁଣ୍ଟିଆ ନିଯୋଗ ସହ ଅନ୍ୟ ସେବାୟତ ନିଯୋଗମାନେ ଦାବି କରିଥିଲେ । ଗତ ଛତିଶାନିଯୋଗ ବୈଠକରେ ଏ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ସେବାୟତଙ୍କୁ ପାରମ୍ପରିକ ପୋଷାକ ବିନା ଗର୍ଭଗୃହ ପ୍ରବେଶରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା । ଏହି ନିୟମ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତିକ୍ରମେ ପାଳି ଖଟିଥିବା ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧି ପୋଖରିଆରେ ମହାପ୍ରଭୁଙ୍କ ସେବା କରିଛନ୍ତି ।




admin 