ଶ୍ରୀମନ୍ଦିର ରୋଷଘରେ ଝୁଲିବ ତାଲା

ଶ୍ରୀମନ୍ଦିର ରୋଷଘରେ ଝୁଲିବ ତାଲା

ଶ୍ରୀମନ୍ଦିର ରୋଷଘରେ ଝୁଲିବ ତାଲା

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଚୁଲି ଭଙ୍ଗା ଘଟଣାକୁ ନେଇ ଅକଳରେ ପଡ଼ିଯାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ  । ଆଗକୁ ଆହୁରି ଯେମିତି ବଡ଼ ଅଘଟଣ ନଘଟେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି  । ଶ୍ରୀମନ୍ଦିରରେ ସିସିଟିଭି ସଂଖ୍ୟା ବୃଦ୍ଧି କରିବା ସହ ରାତିରେ ପୁଲିସ ଜଗିବ ବୋଲି ନିଷ୍ପତି ନିଆଯାଇଛି  । 

ଏଣିକି ପହୁଡ଼ ପରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଖାଲି କରାଯିବ  । ମନ୍ଦିର ଭିତରେ ସୁରକ୍ଷା କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ରହିପାରିବେ ନାହିଁ  । ଦେଉଳର ଅଚଳ ସିସିଟିଭି କ୍ୟାମେରାଗୁଡ଼ିକୁ ମରାମତି କରାଯିବ  । ରୋଷଘର ଶୋଧ ପରେ ତାଲା ପଡ଼ିବ ବୋଲି ନିଷ୍ପତି ନିଆଯାଇଛି  ।  

ଅପରପକ୍ଷରେ ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ବାହିନୀ ଗୁରୁତର ସହ ନେଇଛନ୍ତି  । ଗତକାଲି ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକ ଧୋପଖାଳିଆ, ଅଙ୍ଗାରୁଆ ଓ ରୋଷଦୁଆରି ଆଦି ସେବକଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଡାକି ଘଟଣା ବାବଦରେ ପଚରାଉଚରା କରିଛନ୍ତି  । ମହାପ୍ରଭୂଙ୍କ ବଡ଼ ସିଂହାର ଠାରୁ ପରଦିନ ରୋଷଘର ଘଟଣା ଜଣାପଡ଼ିବା ପର୍ଯ୍ୟନ୍ତ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନଙ୍କ ବୟାନ ରେକଡର଼୍ କରାଯାଇଛି  । ସେହିପରି ସିଂହଦ୍ୱାର, ଭୋଗମଣ୍ଡପ, ଗଙ୍ଗାଯମୁନା କୁଅ ଓ ଦକ୍ଷିଣ ଦ୍ୱାର ସିସିଟିଭି ଯାଂଚ କରାଯାଇଛି  ।