ଶୋଇଥିବା ବେଳେ ବାପ-ପୁଅଙ୍କ ମୃତୁ୍ୟ

ଶୋଇଥିବା ବେଳେ ବାପ-ପୁଅଙ୍କ ମୃତୁ୍ୟ

ଶୋଇଥିବା ବେଳେ ବାପ-ପୁଅଙ୍କ ମୃତୁ୍ୟ
ଭଟଲି: ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କନକବିରା ଗାଁରେ ଶୋଇଥିବା ଅବସ୍ଥାରେ ବାପ ପୁଅଙ୍କ ମୃତୁ୍ୟ ହୋଇଛି । ମୃତକ ବାପ ପୁଅ ହେଲେ କାହ୍ନୁ ମେହେର (୬୨) ଓ ଲୋଚନ ମେହେର (୩୭) । ଇଟା ଗଢ଼ିବା ପାଇଁ ବାପ ପୁଅ ଗାଁ ନିକଟରେ ଏକ କୁରୁମା (ମଞ୍ଚ) ତିଆରି କରି ସେଠାରେ ମଙ୍ଗଳବାର ରାତିରେ ଶୋଇଥିଲେ । ବୁଧବାର ସକାଳୁ ଉଠି ନଥିବା ବେଳେ ଇଟା ଗଢ଼ିବା ପାଇଁ ଆସିଇôବା ଶ୍ରମିକମାନେ ତାଙ୍କୁ ଉଠାଇଥିଲେ । ବାପପୁଅନ ଉଠିବାରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ପହଞ୍ଚି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭଟଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଭଟଲି ଥାନାରେ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଏଏସଆଇ ଶ୍ୟାମସୁନ୍ଦର ପାଢ଼ୀ କହିଛନ୍ତି ।