ଶେଷ ଦିନରେ ନାମାଙ୍କନ ପାଇଁ ହାଉଯାଉ
ଶେଷ ଦିନରେ ନାମାଙ୍କନ ପାଇଁ ହାଉଯାଉ
ଭୁବନେଶ୍ବର: ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ । ଶେଷ ଦିନରେ ଦଳୀୟ ଟିକଟ ସ୍ପଷ୍ଟ କରିଛନ୍ତି ସବୁ ଦଳ। ଟିକଟ ପାଇବା ପରେ ସବୁ ଆଶାୟୀ ପ୍ରାର୍ଥୀ ଆଜି ଭିଡ଼ ଜମାଇଛନ୍ତି। ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସବୁ ହେଭିଓ୍ବେଟ୍ । ବିଜେଡି ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି। ଶେଷ ଦିନରେ ବ୍ରହ୍ମପୁର ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ ଘୋଷଣା କରିଥିଲା ସକାଳୁ।
ପୌର ନିର୍ବାଚନ ପାଇଁ ସରଗରମ୍ ହୋଇଛି ରାଜନୈତିକ ମଇଦାନ । ଆସନ୍ତା ୨୪ ତାରିଖ ପଡିବ ପୌର ନିର୍ବାଚନ ଭୋଟ । ରାଜ୍ୟର ୧୦୬ଟି ମୁ୍ୟନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍ । ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସରୁଛି । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ୨୬ ତାରିଖରେ ଭୋଟ ଗଣତି ହେବ ।




admin 