ଶୁକ୍ରବାର ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ; କୋଟିଆରେ ହେବ ମତଦାନ

ଶୁକ୍ରବାର ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ; କୋଟିଆରେ ହେବ ମତଦାନ

ଶୁକ୍ରବାର ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ; କୋଟିଆରେ ହେବ ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଶୁକ୍ରବାର ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର। ଏହି ପର୍ୟ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକ୍ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ । ମୋଟ୍ ୧୫ଶହ ୧୪ ପଂଚାୟତର ୨୦ ହଜାର ୪୩୬ ବୁଥ୍ରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ୟ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ ।

ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି  । ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍କୁ ଯାଇଛନ୍ତି ପୋଲିଂ ପାର୍ଟି । ସେପଟେ ଦ୍ୱିତୀୟ ପର୍ୟ୍ୟାୟରେ ଭୋଟ୍ ହେବାକୁ ଥିବା ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି ।

ଆସନ୍ତାକାଲି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେବ । ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି । କୋଟିଆ ପଞ୍ଚାୟତର ୧୩ଟି ବୁଥ୍ରେ ୫, ୭୯୦ ଭୋଟର୍ ମତଦାନ କରିବେ । ଏପଟେ ଗତକାଲି ଶେଷ ହୋଇଥିବା ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ସମସ୍ତ ୩୦ ଜିଲ୍ଲାର ମୋଟ୍ ୭୧ଟି ବ୍ଲକ୍ର ୨୦୦ ଜିଲ୍ଲା ପରିଷଦ ଜୋନ୍ ଲାଗି ଗତକାଲି ମତଗ୍ରହଣ ହୋଇଥିଲା ।