ହିଜାବ ବିବାଦ ଉପରେ ଏମିତି କହିଲେ ତସ୍ଲିମା
ହିଜାବ ବିବାଦ ଉପରେ ଏମିତି କହିଲେ ତସ୍ଲିମା
ନୂଆଦିଲ୍ଲୀ: ହିଜାବ ବିବାଦ ଏବେ ହାଇକେ୍ାର୍ଟରୁ ସୁପ୍ରିମ୍ କୋର୍ଟରେ ପହଞ୍ଚିଥିବା ବେଳେ ଏହାକୁ ନେଇ ସ୍ବର ଉଠେଇଛନ୍ତି ପ୍ରତିଷ୍ଠିତ ବଂଲାଦେଶୀ ଲେଖିକା ତସ୍ଲିମା ନସରିନ୍। ତସଲିମା କହିଛନ୍ତି ସେ ହିଜାବ, ବୁର୍ଖା ଏବଂ ନିକାବ ସମର୍ଥନ କରନ୍ତି ନାହିଁ। ଏଗୁଡ଼ିକ ସବୁ ଏକ ଅବଦମନର ପ୍ରତୀକ। ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ଡ୍ରେସକୋଡ୍ ପ୍ରସ୍ତାବ ଉପରେ ତସଲିମା କହିଛନ୍ତି ଯେ ଶିକ୍ଷାର ଅଧିକାରକୁ ମୁଁ ଧାର୍ମିକ ଅଧିକାର ଅର୍ଥରେ ମୁଁ ବିଶ୍ୱାସ କରେ। ଶିକ୍ଷାନୁଷ୍ଠାନରେ ହିଜାବର କଣ ଆବଶ୍ୟକତା ରହିଛି ବୋଲି ତସଲିମା ପ୍ରଶ୍ନ କରିଛନ୍ତି। କିଛି ମୁସଲିମ ହିଜାବ ଆବଶ୍ୟକ ଆଉ କିଛି ହିଜାବ ଅନାବଶ୍ୟକ ବୋଲି ଭାବନ୍ତି।
ହିଜାବ ମହିଳାମାନଙ୍କୁ ନିଚ୍ଚା କରି ରଖିଥାଏ। ମୁକ୍ତ ସ୍ୱାଧୀନତା ଓ ମୁକ୍ତ ଚିନ୍ତନରେ ପରଦା ପ୍ରତିବନ୍ଧକ ସାଜିଥାଏ।
ସେ କହିଛନ୍ତି ଯେ ଧର୍ମଠାରୁ ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆମେ ଏକ ଧର୍ମନିରପେକ୍ଷତା ସମାଜରେ ସ୍କୁଲ ଏବଂ କଲେଜରେ ଧର୍ମନିରପେକ୍ଷତା ଡ୍ରେସ୍ କୋଡ୍ ହେବା ଉଚିତ ବୋଲି ତସଲିମା କହିଛନ୍ତି । ଲୋକମାନଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ ରହୁ କିନ୍ତୁ ଏହାକୁ ସେମାନେ ଘରେ କିମ୍ବା ଅନ୍ୟ କେଉଁଠି ପାଳନ କରନ୍ତୁ। କିନ୍ତୁ ଶିକ୍ଷାନୁଷ୍ଠାନ ଭଳି ଧର୍ମନିରେପକ୍ଷ ସଂସ୍ଥାରେ ଧାମିର୍କ କାର୍ୟ୍ୟକଳାପରୁ ଦୂରେଇ ରହିବାର ଉଚିତ। ଧର୍ମ ସହ କୌଣସି ସମ୍ବନ୍ଧ ନରହିବା ଧର୍ମନିରପକ୍ଷତାର ପ୍ରକୃତ ଅର୍ଥ ବୋଲି ସେ କହିଛନ୍ତି। ପ୍ରତ୍ୟେକ ସଭ୍ୟ ରାଷ୍ଟ୍ରରେ ଧର୍ମନିରପେକ୍ଷତା ଠାରୁ ଧର୍ମକୁ ପୃଥକ କରି ରଖାଯାଇଛି। ଆଇନ୍ ସମାନତା ଅନୁଯାୟୀ ତିଆରି ହେବା ଉଚିତ ଧର୍ମ ଦୃଷ୍ଟିରେ ନୁହଁ ବୋଲି ତସଲିମା କହିଛନ୍ତି। ଜଣେ ବ୍ୟକ୍ତିର ପରିଚୟ ତାର ଧାର୍ମିକ ପରିଚୟ ହେବା ଉଚିତ ନୁହଁ ବୋଲି ସେ କହିଛନ୍ତି।




admin 