ଶିଶୁକୁ ହତ୍ୟା କରି ଆଲମାରିରେ ରଖିଥିଲେ
ଶିଶୁକୁ ହତ୍ୟା କରି ଆଲମାରିରେ ରଖିଥିଲେ
admin
Dec 19, 2020 - 07:13
Updated: Dec 19, 2020 - 07:13
ଯୋରନ୍ଦା:ସନ୍ଧ୍ୟା ପ୍ରାୟ ୫ଟା ଗାଁ ଦାଣ୍ଡରେ ବଡ଼ ଭାଇ ସହ ଖେଳୁଥିଲା କାଳିଆ । ବଡ଼ ଭାଇ ଶୌଚ ହେବା ପାଇଁ ଚାଲିଯିବାରୁ କାଳିଆ ହେଲା ଅପହୃତ । ଠିକ କେଇ ମିନିଟ ପରେ ମୁହଁରେ ତକିଆ ଦେଈ ପିଶାଚିନୀ ନେଲା କଅଁଳ ଶିଶୁର ଜୀବନ । ଆଉ ନିଜ ପାପ କର୍ମକୁ ଲୁଚାଇବାକୁ ଯାଇ ମୃତ କାଳିଆକୁ ନିଜ ଗଡ଼ରେଜ ଆଲମାରି ଭିତରେ ଲୁଚାଇ ରଖିଥିଲା ପ୍ରାୟ ୯ ଘଣ୍ଟା । ଢେ଼ଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରୁ ଦୁଇ ଦିନ ତଳେ ନିଖୋଜ ତିନି ବର୍ଷର ଶିଶୁ କାଳିଆ ସାହୁ ହତ୍ୟାକାଣ୍ଡର ଏମିତି ପର୍ଦ୍ଧାଫାସ କରିଛି ପୁଲିସ । ଏ ନିଷ୍ପାପ ଶିଶୁ ହତ୍ୟାକାରୀ ଆଉ କେହି ନୁହେଁ, ସନେ୍ଦହ ଘେରରେ ଥିବା ପଡେ଼ାଶୀ ଅଭୟ ସାହୁଙ୍କ ସ୍ତ୍ରୀ ଭାରତୀ ସାହୁ (୨୪) ବୋଲି ପୁଲିସ କହିଛି । ଭାରତୀର ବାପ ଘର ଚଣ୍ଡିଖୋଲ ଅଞ୍ଚଳରେ । ଉଲ୍ଲେଖଯୋଗ୍ୟ ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ଦୁଇ ପୁଅ ଶୁଭ ଓ କାଳିଆ ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ବଡ଼ ପୁଅ ଶୌଚ ହେବା ପାଇଁ ପଳାଇ ଯାଇଥିବା ବେଳେ ସାନ ପୁଅ କାଳିଆ ଏକୁଟିଆ ଖେଳୁଥିଲା । କିଛି ସମୟ ପରେ ହଠାତ କାଳିଆ କେଉଁଆଡେ ଉଭାନ ହୋଇଗଲା । ପରିବାର ଏବଂ ଗାଁ ଲୋକେ ରାତିସାରା ଖେ୍ାଜାଖୋଜି କରିଥିଲେ । ପରେ ଘର ପାଖରେ ଏକ ପରିତ୍ୟକ୍ତ କୂଅରେ କାଳିଆର ମୃତ ଶରୀର ପଡ଼ିଥିବା ଦେଖିବାକୁ ପାଇଲେ । ଗୁରୁବାର ଭୋରରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କାଳିଆର ମୃତୁ୍ୟ ନେଇ ପରିବାର ଲୋକ ପଡେ଼ାଶୀ ଭାରତୀ ସାହୁ ଉପରେ ହିଁ ସନେ୍ଦହ କରିଥିଳେ । ଥାନରେ ଏତଲା ଦେଇଥିଲେ । ପୁଲିସ ଜେରା କରିବାରେ ଭାରତୀ ସବୁ ସତ ଓଗାଳି ଥିଲା । ଅପହରଣ ଠାରୁ ହତ୍ୟା ଓ ମୃତଦେହକୁ କୂଅରେ ଫୋପାଡ଼ିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ଘଟଣାକୁ କ୍ରମାନ୍ୱୟରେ ବଖାଣିଥିଲା । ପୁଲିସର କହିବା ମୁତାବକ, ଭାରତୀ ଏବଂ ଜୟନ୍ତଙ୍କ ପରିବାର ମଧ୍ୟରେ ପୂର୍ବରୁ ବାରମ୍ବାର ଝଗଡ଼ା ହୁଏ । ମାସକ ତଳେ ବି ଝଗଡ଼ା ହୋଇଥିଲା । ସେହି ସମୟରେ ଭାରତୀୟ କୁଆଡେ଼ ଦେଖି ନେବାକୁ ଧମକ ଦେଇଥିଲା । ପ୍ରତିଶୋଧ ନିଅାଁରେ ଜଳୁଥିବା ଭାରତୀ କେବଳ ସୁଯୋଗ ଉଣ୍ଡୁ୍ଥିଲା । ଭାରତୀ ଓ ଜୟନ୍ତଙ୍କ ଘର ପାଖାପାଖି । କାଳିଆ ସେହି ଦିନ ସନ୍ଧ୍ୟା ପ୍ରାୟ ୫ଟାରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଭାରତୀ ନିଜ ପୂର୍ବ ଯୋଜନାକୁ ସାକାର କରିବା ପାଇଁ ଆଗେଇ ଆସିଥିଲା । ଏକୁଟିଆ ସୁଯୋଗ ନେଇ କାଳିଆକୁ ନିଜ ଘରକୁ ଟେକି ନେଲା । ରାଗରେ ଭାରତୀ ସଙ୍ଗେ ସଙ୍ଗେ କାଳିଆ ମୁହଁରେ ତକିଆ ଚାପି ଶ୍ୱାସ ରୁଦ୍ଧ କରାଇ ତାକୁ ହତ୍ୟା କରିଥିଲା । ଭାରତୀୟ କ୍ରୋଧ ନିଅାଁରେ ଟଳି ପଡ଼ିଲା ନିଷ୍ପାପ ଶିଶୁ କାଳିଆ । ମାତ୍ର କେଇ ମିନିଟରେ ଘଟାଇଥିଲା ଏହି ପାପ କର୍ମକୁ ଲୁଚାଇବାକୁ ଗଡ଼ରେଜ ଆଲମିରାରେ ମୃତ ଦେହ ଲୁଚାଇଥିଲା । ବିଳମ୍ବିତ ରାତିରେ ଖୋଜାଖୋଜି ଟିକେ ଥମିବାରୁ କାଳିଆ ଶବକୁ ବାହାର କରି ଭୋର ୩ଟାରେ ସେହି ପରିତ୍ୟକ୍ତ କୂଅରେ ନେଇ ଫିଙ୍ଗିଥିଲା ।