ଜାନୁଆରୀ ପହିଲାରୁ ରାଜ୍ୟରେ ପ୍ରବଳ ଶୀତ

ଜାନୁଆରୀ ପହିଲାରୁ ରାଜ୍ୟରେ ପ୍ରବଳ ଶୀତ

ଜାନୁଆରୀ ପହିଲାରୁ ରାଜ୍ୟରେ ପ୍ରବଳ ଶୀତ
ଭୁବନେଶ୍ୱର: ଜାନୁଆରୀ ପହିଲାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭବ ହେବ । ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି । ଅପରପକ୍ଷେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଂଁ । ନୂଆ ବର୍ଷ ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଥିଲା । ସମତଳ ଅଞ୍ଚଳ ମାନଙ୍କରେ ମଧ୍ୟ ସର୍ବନିମ୍ନ ରାତି୍ର ତାପମାତ୍ରା ୧୩.୪ ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ ହୋଇଛି ।