ଶିବରାତ୍ରୀ ପାଳନ ବେଳେ ମହୁମାଛି ଆକ୍ରମଣରେ ଆହତ ୩୦ ଜଣ

ଶିବରାତ୍ରୀ ପାଳନ ବେଳେ ମହୁମାଛି ଆକ୍ରମଣରେ ଆହତ ୩୦ ଜଣ

ଶିବରାତ୍ରୀ ପାଳନ ବେଳେ ମହୁମାଛି ଆକ୍ରମଣରେ ଆହତ ୩୦ ଜଣ
କୁନ୍ଦୁରା: ମହାଶିବରାତ୍ରୀ ପାଳନ ଅବସରରେମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ୩୦ ଜଣ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କୁମ୍ଭିଖାରି ଶୈବପୀଠରେ ଘଟିଛି ଏହି ଅଘଟଣ । ଗୁରୁବାର ସକାଳେ ଭକ୍ତମାନେ କୁମ୍ଭିଖାରି ଶୈବପୀଠକୁ ପୂଜାର୍ଚ୍ଚନା ପାଇଁ ଯାଇଥିଲେ । ମନ୍ଦିର ନିକଟରେ ଥିବା ଏକ ଫେଣାରୁ ମହୁମାଛିମାନେ ହଠାତ୍‌ ଉଡ଼ିଆସି ଆକ୍ରମଣ କରିଥିଲେ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଧାଁଦୌଡ଼ । ହେଲେ ମହୁମାଛି କାମୁଡାରୁ ରକ୍ଷା ପାଇ ନଥିଲେ । ୩୦ଜଣ ଭକ୍ତ ଆହତ ହୋଇଥିଲେ । ସମସ୍ତଙ୍କୁ କୁନ୍ଦୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରୂପ ଗୁରୁତର ହୋଇଥିବାରୁ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଆହତଙ୍କ ଅବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି ।