ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢାଇବେ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢାଇବେ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢାଇବେ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର : ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେବେ ପିଲାଙ୍କ ପାଠ ପଢା ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଆଜି ଯାଜପୁରଠାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଉତ୍ସବରେ ଯୋଗ ଦେଇ ଜିଲ୍ଲା ପ୍ୟାରେଡ୍‌ରେ ଏହା ସମ୍ପର୍କରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପିଲାଙ୍କୁ ଶିକ୍ଷାଦାନ ନେଇ ସରକାର ‘ଶିକ୍ଷା ସମ୍ପର୍କ ଯୋଜନା’ ଶୀର୍ଷକ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ନୂଆ ଯୋଜନାରେ ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢାଇବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ରାଜ୍ୟର ୬୦ଲକ୍ଷ ଶିଶୁ ଇ-ଶିକ୍ଷା ଉପରେ ନିର୍ଭର କରିବେ । ଏବେ ୨୨ଲକ୍ଷ ଶିଶୁ ଇଣ୍ଟରନେଟ୍ ମାଧ୍ୟମରେ ପାଠ ପଢୁଛନ୍ତି ।