ଶେଷ ହେଲା ବିଧାନସଭାର ପ୍ରଥମ ପର୍ୟ୍ୟାୟ ଅଧିବେଶନ
ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବୁଧବାର ବିଧାନସଭାର ପ୍ରଥମ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ୧୦ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ୟ୍ୟନ୍ତ ମୁଲତବୀ ରଖିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା ।
ପ୍ରଥମ ପର୍ୟ୍ୟାୟ ବଜେଟ୍ ଅଧିବେଶନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ, ଚାଷୀ ଆତ୍ମହତ୍ୟା, ଆବାସ ଯୋଜନାରେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ସହ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ମଧ୍ୟ ଉପସ୍ଥାପିତ ହୋଇଛି । ନବ ଦାସ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ଉକ୍ତ ତଦନ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଥିଲେ । ଏପରିକି ଏହି ତଦନ୍ତ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଜବାବ ରଖିଥିଲେ ମଧ୍ୟ ବୁଧବାର ପୁଣି ଉକ୍ତ ପ୍ରସଙ୍ଗକୁ ନେଇ ଗୃହରେ ଉଷ୍ମତା ଦେଖାଯାଇଥିଲା ।




admin 