ଶରତ ପୂର୍ଣ୍ଣିମା, ‌‌କେଉଁ ରାଶି ପାଇଁ କେମିତି, ଜାଣନ୍ତୁ

ଶରତ ପୂର୍ଣ୍ଣିମା, ‌‌କେଉଁ ରାଶି ପାଇଁ କେମିତି, ଜାଣନ୍ତୁ

ଶରତ ପୂର୍ଣ୍ଣିମା, ‌‌କେଉଁ ରାଶି ପାଇଁ କେମିତି, ଜାଣନ୍ତୁ

ଆଜି ଶରତ ପୂର୍ଣ୍ଣିମା। ଦିନଟି ଅତ୍ୟନ୍ତ ପବିତ୍ର ବୋଲି ବିଶ୍ବାସ କରାଯାଏ।  ଏହି ଦିନ ମା’ଲକ୍ଷ୍ମୀଙ୍କୁ  ପୂଜା କଲେ ମା’ଙ୍କ କୃପା ଦୃଷ୍ଟି ପଡିଥାଏ। ଏବର୍ଷ ପୂର୍ଣ୍ଣିମାରେ କିଛି ବିଶେଷ ରାଶିର ଲୋକ ମାନଙ୍କ ପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆସନ୍ତୁ ଜାଣିବା ଏହି ସବୁ ରାଶି ବିଷୟରେ


ମେଷ ରାଶି: ଶରତ ଋତୁର ପୂର୍ଣ୍ଣିମା ଦିନଟି ଏହି ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ । ଏହିଦିନ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ସମ୍ମାନର ବୃଦ୍ଧି ହେବ । ଅଟକି ରହିଥିବା କାର୍ୟ୍ୟ ସମାପ୍ତ ହେବ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ଭ୍ରମଣ ଯୋଗ ମଧ୍ୟ ରହିଛି । ଟଙ୍କା ବିନିଯୋଗ ପାଇଁ ଏହା ଭଲ ସମୟ ଅଟେ । ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ । ଗାଡି କିଣବା ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ଅଟେ ।


କନ୍ୟା: ଏହି ଦିନ ଏହି ରାଶିର ଲୋକମାନଙ୍କ ମଧ୍ୟରେ ଏକ ଭିନ୍ନ ଉସ୍ôାହ ଦେଖାଯିବ । ଆର୍ଥିକ ଲାଭର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ । ଆୟ ବୃଦ୍ଧି ହେବାର ସମ୍ଭବନା ରହିଛି । ଏହି ଦିନ ଏହି ରାଶିର ଲୋକମାନେ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ପୁରୁଣା ବନ୍ଧୁକୁ ଭେଟିବାର ଯୋଗ ରହିଛି । ମାତା ଲକ୍ଷ୍ମୀଙ୍କ ବିଶେଷ ଅନୁଗ୍ରହ ସହିତ ଟଙ୍କା ଆସିବ ।

 

ତୁଳା: ଶରତ ପୂର୍ଣ୍ଣିମା ଦିନ ଏହି ରାଶିର ବ୍ୟକ୍ତିମାନେ ମା’ଲକ୍ଷ୍ମୀଙ୍କ ଅଶେଷ କରୁଣା ଲାଭ କରିବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯେକୌଣସି କାର୍ୟ୍ୟରେ ବଡ ବିଜୟ ହାସଲ କରିପାରନ୍ତି । ବିଚାରଧୀନ କାର୍ୟ୍ୟ ସମାପ୍ତ ହେବ । ନୂଆ କାର୍ୟ୍ୟ ଆରମ୍ଭ କରିବେ । କର୍ମକ୍ଷେତ୍ରରେ ଏକ ବଡ ଦାୟିତ୍ୱ ମିଳିବ । ଅଫିସ କାମରେ ଭ୍ରମଣର ଯୋଗ ରହିଛି । ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ଜୀବନସାଥୀଙ୍କ ସମର୍ଥନ ପାଇବେ ।