ଶନିବାର ସାରା ଓଡିଶା ଗାଇବ “ବନ୍ଦେ ଉତ୍କଳ ଜନନୀ” ।

ଶନିବାର ସାରା ଓଡିଶା ଗାଇବ “ବନ୍ଦେ ଉତ୍କଳ ଜନନୀ” ।

ଶନିବାର ସାରା ଓଡିଶା ଗାଇବ “ବନ୍ଦେ ଉତ୍କଳ ଜନନୀ” ।
କରୋନା ଯୁଦ୍ଧରେ ଓଡ଼ିଶା ସଫଳ ହୋଇଛି । ସଫଳତାର ଶ୍ରେୟ କୋଭିଡ ଯୋଦ୍ଧାମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା ମଇ ୩୦ ତାରିଖ ଶନିବାର ଅପରାହ୍ନ ୫.୩୦ରେ ସେ ବନ୍ଦେ ଉତ୍କଳ ଜନନୀ’ ଗାଇବା ପାଇଁ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିବାବେଳେ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦୁଇମାସ ଆଗରୁ ସାରା ଦୁନିଆ ଏକ ବହୁତ ବଡ଼ କଠିନ ପରିସ୍ଥିତିର ସାମ୍ନା କରିଥିଲା । ବଡ଼ ବଡ଼ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ଼ ଆତଙ୍କ ସୃଷ୍ଟି ହୋଇଥିଲା । ସେହି ଏକା ସମୟରେ ଓଡ଼ିଶା ବି କୋଭିଡ଼ ବିରୋଧରେ ତା’ର ଯୁଦ୍ଧ ଆରମ୍ଭ କରିଥିଲା । କୋଭିଡ଼ରୁ ଲୋକଙ୍କୁ ରକ୍ଷା କରିବା ଓ ଲୋକଙ୍କ ଜୀବନ ବଂଚାଇବା ସେତେବେଳେ ମୋ ସରକାରର ପ୍ରାଥମିକତା ଥିଲା । ପ୍ରତିଟି ଜୀବନର ସୁରକ୍ଷା ମୋ ପାଇଁ ସବୁଠୁ ବଡ଼ ପ୍ରାଥମିକତା ଥିଲା । ସେତେବେଳେ ଆମେ ଯାହା ବି ନୀତି ଓ ପଦକ୍ଷେପ ଗ୍ରହଣ କରିଥିଲୁ ତାହାର ଏକମାତ୍ର ଲକ୍ଷ୍ୟ ଥିଲା ମୋର ପ୍ରି୍ରୟ ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କର ଜୀବନ ରକ୍ଷା । ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି । କୋଭିଡ଼ ଯୁଦ୍ଧରେ ଲୋକଙ୍କ ଜୀବନ ବଂଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିପାରିଛି । କୋଭିଡ଼ରେ ଓଡ଼ିଶାରେ ମୃତୁ୍ୟହାର ବିଶ୍ୱରେ ସବୁଠାରୁ କମ । କରୋନାରେ ପୀଡ଼ିତ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ଭଳି ଏକ ରାଜ୍ୟ ତଥା ଆମ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ଼ ବଡ଼ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେଟା ସଫଳତା ପାଇନାହାନ୍ତି । ଆଜିକାଦିନରେ ଓଡ଼ିଆ ଜାତି ପାଇଁ ଏହା ଏକ ଅଦ୍ଭୂତପୂର୍ବ ସଫଳତା । ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଭାଇ ଭଉଣୀ ଘରକୁ ଫେରିଛନ୍ତି । କୋଭିଡ଼ ବିରୋଧରେ ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଲକ୍ଷ ଲକ୍ଷ କୋଭିଡ଼ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା । ସେଥିରେ ଯିଏ ବି ହୁଅନ୍ତୁ, ସରକାରୀ ବେସରକାରୀ କର୍ମଚାରୀ, ଲୋକପ୍ରତିନିଧି ନିଜ ନିଜର ସୁଖ ଦୁଃଖକୁ ପଛରେ ପକାଇ ସେମାନେ ଯେଭଳି ସେବା ଯୋଗାଇ ଚାଲିଛନ୍ତି ତାହାର ତୁଳନା ନାହିଁ । ସାରା ଓଡ଼ିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହାସହିତ ମହାପ୍ରଭୂଙ୍କ ଆଶୀର୍ବାଦ ସବୁବେଳେ ଆମ ସାଥିରେ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମାଟି ସହ ସମ୍ପର୍କ ଥିବା ସମସ୍ତଙ୍କୁ, ଆମର ଓଡ଼ିଆ ଭାଇଭଉଣୀଙ୍କୁ ମୁଁ ଅନୁରୋଧ କରୁଛିଯେ, ମଇ ୩୦ ତାରିଖ ଶନିବାର ସରକାର ସାଢେ଼ ୫ଟାରେ ଆପଣମାନେ ଯେଉଁଠି ବି ଥାଆନ୍ତୁ ବନେ୍ଦ ଉକôଳ ଜନନୀ ସଂଗୀତ ଗାନ କରନ୍ତୁ । ଏହାର ଉଦେ୍ଧଶ୍ୟ ହେଉଛି ଆମ କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା । ଏହା ଆମ ସଂକଳ୍ପକୁ ଆହୁରି ଦୃଢ଼ କରିବା ପାଇଁ ପ୍ରେରଣା ଯୋଗାଇ ଦିଆଯିବ । ଉକôଳ ପ୍ରଦେଶ ଗଠନ ସମୟରେ ଉକôଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନେ୍ଦ ଉକôଳ ଜନନୀ । ଓଡ଼ିଆ ଜାତୀୟତା ବନ୍ଧନକୁ ଏହା ମଜବୁତ କରିଥିଲା । ଓଡ଼ିଆ ଜାତି ପାଇଁ ବର୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଅଦ୍ଭୂତପୂର୍ବ ପ୍ରେରଣା ଯୋଗାଇବ । ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ସମସ୍ତ ଆହ୍ୱାନକୁ ସଫଳ ଭାବେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ ।