ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୩ ଯବାନ ସହିଦ୍

ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୩ ଯବାନ ସହିଦ୍

ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୩ ଯବାନ ସହିଦ୍
ମାଲକାନଗିରି: ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୩ ଜଣ ଯବାନ ସହିଦ୍ ହୋଇଛନ୍ତି । ଛତିଶଗଡ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । ଡିଆରଜି ଯବାନଙ୍କୁ ବସରେ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବସରେ ଥିବା ଅନ୍ୟ ୨୧ ଜଣ ଯବାନ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛତିଶଗଡ ପୋଲିସ ଡିଜି ଡି.ଏମ. ଅବସ୍ତି ସୂଚନା ଦେଇଛନ୍ତି ।