ଅଙ୍ଗୁର ସର୍‌ବତ୍ ପ୍ରଣାଳୀ

ଅଙ୍ଗୁର ସର୍‌ବତ୍ ପ୍ରଣାଳୀ

ଅଙ୍ଗୁର ସର୍‌ବତ୍ ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ- ସବୁଜ ଅଙ୍ଗୁର, ପୋଦିନା ପତ୍ର, ଚିନି, ଲୁଣ, ବିଟ୍ ଲୁଣ, ଗୋଲମରିଚ ଗୁଣ୍ଡ, ବରଫ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଅଙ୍ଗୁରକୁ ଧୋଇ ପରିଷ୍କାର କରିବେ । ଏହାପରେ ଅଙ୍ଗୁର, ପୋଦିନା ପତ୍ର, ଚିନି ଏବଂ ବରଫ ନେଇ ଗ୍ରାଇଣ୍ଡିଂ କରିବେ । ହଁ, ଆପଣ ଥଣ୍ଡା ପିଇବାକୁ ଚାହୁଁଥିଲେ ବରଫ ମିଶାଇବେ, ନଚେତ୍ ଏହାକୁ ବାଦ୍ ଦେଇ ପାରିବେ । ଏହା ଗ୍ରାଇଣ୍ଡିଂ ହୋଇ ସାରିବା ପରେ ସେଥିରେ ଲୁଣ, ବିଟ୍ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ପୁଣି ତାକୁ ଗ୍ରାଇଣ୍ଡିଂ କରିବେ । ଗ୍ରାଇଣ୍ଡିଂ ହୋଇ ସାରିବା ପରେ ଏକ ଗ୍ଲାସକୁ ଢାଳିବେ । ପ୍ରସ୍ତୁତ ହୋଇଗଲା ଅଙ୍ଗୁର ସରବତ । ଚାହିଁଲେ ଏହି ମିଶ୍ରଣକୁ ଆପଣ ଛାଣିକି ପିଇ ପାରିବେ । କିନ୍ତୁ ନଛାଣି ପିଇବାର ମଜା କିଛି ଅଲଗା । ଏବେ ଏହାର ମଜା ନେଇ ପାରିବେ ।