ଲେମ୍ବୁ ଗରମ ପାଣି ପିଇଲେ ମିଳିବ ଏହି ଫାଇଦା

ଲେମ୍ବୁ ଗରମ ପାଣି ପିଇଲେ ମିଳିବ ଏହି ଫାଇଦା

ଲେମ୍ବୁ ଗରମ ପାଣି ପିଇଲେ ମିଳିବ ଏହି ଫାଇଦା

ଭୁବନେଶ୍ୱର: ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ କପେ ଚା’ରୁ କରନ୍ତି । କିନ୍ତୁ କିଛି ଲୋକଙ୍କର ଅଭ୍ୟାସ ଗରମ ପାଣି ଓ ଲେମ୍ବୁ ପିଇବାର । ତେବେ କ’ଣ ଆପଣ ଜାଣନ୍ତି କି କାହିଁକି ପିଆଯାଏ ଗରମ ପାଣି ଓ ଲେମ୍ବୁ, ଆସନ୍ତୁ ଜାଣିବା..

- ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି । ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ । ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ ରସ ମିଶାଇ ଦିନରେ ୩-୪ଥର ପିଇଲେ ପେଟ ପାଖରେ ଥିବା ଚର୍ବି କମ୍ ହେବାରେ ଲାଗିଥାଏ । ଖାଇସାରିବା ପରେ ଅଧଗ୍ଲାସେ ଉଷୁମ ପାଣିରେ ଫାଳେ ଲେମ୍ବ ରସ ମିଶାଇ ପିଇଲେ ଖାଦ୍ୟ ସହଜରେ ହଜମ ହେବା ସହିତ ମେଦବହୁଳତାରୁ ମୁକ୍ତି ମିଳିଥାଏ । ଏପରି ନିୟମିତ କଲେ କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଏହାଦ୍ୱାରା ରକ୍ତସଞ୍ଚାଳନ ସ୍ୱାଭାବିକ ହେବା ସହିତ ହାର୍ଟ ଆଟାକ୍ ସମସ୍ୟା ଦୂର ହୋଇଥାଏ ।