ଲେଟସ ସଟଲ୍ : ସନ୍ତୋଷ ଓ ଶ୍ରୀମନ୍ତ ବିଜେତା
ଲେଟସ ସଟଲ୍ : ସନ୍ତୋଷ ଓ ଶ୍ରୀମନ୍ତ ବିଜେତା

ଭୁବନେଶ୍ୱର : ରେଡ଼ିଓ ଚକଲେଟ ଓ ସମ୍ବାଦ ଡିଜିଟାଲର ମିଳତ ଆନକୂଲ୍ୟରେ ଆୟୋଜିତ କର୍ପୋରେଟ ବ୍ୟାଡ଼ମିଂଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛିି । ରେଳବାଇ ଇନଡେ଼ାର ଷ୍ଟାଡ଼ିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗରେ କେ ୱାନ ସିକୁରିଟିର ସନ୍ତୋଷ କୁମାର ଚୌଧୁରୀ ଓ ଶ୍ରୀମନ୍ତ କୁମାର ମିଶ୍ର ବିଜେତା ହୋଇଥିଲେ । ସନ୍ତୋଷ ଓ ଶ୍ରୀମନ୍ତ ଏକପାଖିଆ ଭାବେ ପାରାଦୀପ ପୋର୍ଟ ଅଥରିଟିର ମାନସ କୁମାର ସେଠୀ ଓ ତ୍ରିଲୋଚନ ଦାସଙ୍କୁ ୨୧-୧୨ ଓ ୨୧-୯ରେ ପରାସ୍ତ କରିଥିଲେ । ବିଜେତାଙ୍କୁ ୨୫ ହଜାର ଓ ଉପବିଜେତା ଯୋଡ଼ିଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।
ସେହିପରି ୪୫ ବର୍ଷରୁ କମ ବର୍ଗରେ ସୌରଭ ଓ ତାରିଣୀ ବିଜେତା ହୋଇଥିବାବେଳେ ଆଶୀର୍ବାଦ ଓ ଅବିନାଶ ଉପବିଜେତା ହୋଇଥିଲେ । ସେହିପରି ସରକାରୀ କର୍ମଚାରୀ ବର୍ଗରେ ଦୀପ-ଦୀପକ ବିଜେତା ହୋଇଥିବାବେଳେ ରନର୍ସ ଅପ ହୋଇଥିଲେ ସ୍ୱପନ-ଅରବିନ୍ଦ । ଅପରପକ୍ଷରେ ସୁପରଫାଇନାଲରେ ସୌରଭ-ତାରିଣୀ ବିଜେତା ହୋଇଥିବାବେଳେ ଦୀପ-ଦୀପକ ଉପବିଜେତା ହୋଇଥିଲେ ।