ଲାଞ୍ଚ ନେଇ ଦଣ୍ଡ ପାଇଲେ ଆର୍‌ଆଇ ବିଶ୍ବମ୍ବର ମହାପାତ୍ର, ୧ ବର୍ଷ ଜେଲ୍‌ ୫,୦୦୦ ଟଙ୍କା ଜୋରିମାନା

ଲାଞ୍ଚ ନେଇ ଦଣ୍ଡ ପାଇଲେ ଆର୍‌ଆଇ ବିଶ୍ବମ୍ବର ମହାପାତ୍ର, ୧ ବର୍ଷ ଜେଲ୍‌ ୫,୦୦୦ ଟଙ୍କା ଜୋରିମାନା

ଲାଞ୍ଚ ନେଇ ଦଣ୍ଡ ପାଇଲେ ଆର୍‌ଆଇ ବିଶ୍ବମ୍ବର ମହାପାତ୍ର, ୧ ବର୍ଷ ଜେଲ୍‌ ୫,୦୦୦ ଟଙ୍କା ଜୋରିମାନା
ଭୁବନେଶ୍ୱର - ଭୁବନେଶ୍ୱର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସଞ୍ଜୀବ ଦୁବେ ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ଆର୍‌ଆଇ ବିଶ୍ବମ୍ବର ମହାପାତ୍ରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହିତ ୫,୦୦୦ ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦାୟ ସେ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବେ। ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ଓଡ଼ଗାଁ ତହସିଲ୍‌ ସର୍କଲର ଗୋଟିସାହି ଆର୍‌ଆଇ ବିଶ୍ବମ୍ବର ମହାପାତ୍ର ୨୦୧୦ ଅଗଷ୍ଟ ୩୦ରେ ୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ମାୟାଧର ମହାପାତ୍ର ନାମକ ଜଣେ ଯୁବକଙ୍କୁ ଆୟ ପ୍ରମାଣପତ୍ର ଦେବା ଲାଗି ଆର୍‌ଆଇ ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବା ବେଳେ ଧରା ପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଜଜ୍ ଅଭିଯୁକ୍ତ ଆର୍‌ଆଇଙ୍କୁ ଜେଲ୍‌ଦଣ୍ଡ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ଆଇନଜୀବୀ ହେମନ୍ତ କୁମାର ସ୍ବାଇଁ ପରିଚାଳନା କରୁଥିଲେ।