ଲଭ ଜେହାଦ ସମ୍ପର୍କରେ ଆଲୋଚନା ପରେ ଅଡୁଆରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

ଲଭ ଜେହାଦ ସମ୍ପର୍କରେ ଆଲୋଚନା ପରେ ଅଡୁଆରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

ଲଭ ଜେହାଦ ସମ୍ପର୍କରେ ଆଲୋଚନା ପରେ ଅଡୁଆରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା
ନୂଆଦିଲ୍ଲୀ : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଲଭ ଜେହାଦକୁ ନେଇ ବିବାଦରେ ଫସିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହିତ ଆଲୋଚନା ସମୟରେ ଶର୍ମା ଲଭ ଜେହାଦ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଶରେ ଲଭ ଜେହାଦ ମାମଲା ବୃଦ୍ଧି ପାଉଛି ଏବଂ ଏହା ଦ୍ୱାରା ମହିଳାଙ୍କ ଉପରେ ମଧ୍ୟ ଅତ୍ୟାଚାର ବୃଦ୍ଧି ପାଉଛି ବୋଲି ଶର୍ମା କହିଥିଲେ । ଏହି ପ୍ରସଙ୍ଗରେ କୋଶ୍ୟାରୀଙ୍କ ସହିତ ଆଲୋଚନା ପରେ ଟ୍ୱିଟ କରି ସୂଚନା ଦେଇଥିଲେ ଶର୍ମା । ତେବେ ଟ୍ୱିଟ୍ଟରରେ ରେଖାଙ୍କୁ ବିରୋଧ କରାଯାଇଥିଲା । ଏପରିକି ସ୍ୟାକ ରେଖା ଶର୍ମା ହାସଟ୍ୟାଗ ମଧ୍ୟ ଟ୍ରେଣ୍ଡ କରିଥିଲା । ଏପରିକି ଅନେକ ବ୍ୟବହାରକାରୀ ରେଖାଙ୍କ ବିରୋଧରେ ମାମଲା ଦାୟର କରିବାର ଧମକ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅଳଙ୍କାର ବ୍ରାଣ୍ଡ ତନିସ୍କର ଏକ ବିଜ୍ଞାପନରେ ଲଭ ଜିହାଦକୁ ପ୍ରୋତ୍ସାହିତ କରାଯିବାର ଅଭିଯୋଗ ଆସିବା ପରେ ବିଜ୍ଞାପନଟିକୁ ହଟାଯାଇଥିଲା । ତେବେ ଏହି ବିଷୟ ଉପରେ ସେ କୌଣସି ମତାମତ ଦେବାକୁ ଚାହୁଁନାହାନ୍ତି ବୋଲି ରେଖା ମତ ଦେଇଛନ୍ତି ।