ଲଜ୍ଜା : ପୁରୁଷ ବନ୍ଧୁଙ୍କୁ ନଭେଟିବାରୁ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

ଲଜ୍ଜା : ପୁରୁଷ ବନ୍ଧୁଙ୍କୁ ନଭେଟିବାରୁ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

ଲଜ୍ଜା : ପୁରୁଷ ବନ୍ଧୁଙ୍କୁ ନଭେଟିବାରୁ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆଉ ଏକ ଭୟାନକ ଏବଂ ବୀଭତ୍ସ ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଛି । ହାଥ୍ରାସ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ନିଜର ପୁରୁଷ ବନ୍ଧୁଙ୍କୁ ଭେଟି ନପାରିବାରୁ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଘଟଣାଟି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ୩୦ କିମି ଦୂର ବାରବାଙ୍କିରେ ଘଟିଛି । ୧୭ ବର୍ଷୀୟ ନାବାଳିକାକୁ ପରିବାର ଲୋକ ପୁରୁଷବନ୍ଧୁଙ୍କ ସହ ମିଶିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ପୁରୁଷ ବନ୍ଧୁ ନିଜର ଆଉ ଜଣେ ସାଙ୍ଗଙ୍କ ସହିତ ମିଶି ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ । ଯୁବତୀ ଜଣକ ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ଯୁବକଙ୍କୁ ପଚରା ଉଚୁରା କରିଥିଲା ପୋଲିସ । ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପରେ ଏକ କେନାଲରେ ଫୋପାଡି ଦେଇଥିଲେ ଦୁଇ ଯୁବକ । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ହତ୍ୟା ମାମଲା ଦାୟର କରିଛି ପୋଲିସ ।