ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋର ସବୁଠୁ ସ୍ବଚ୍ଛ ସହର

ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋର ସବୁଠୁ ସ୍ବଚ୍ଛ ସହର

ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋର ସବୁଠୁ ସ୍ବଚ୍ଛ ସହର
ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋର  ସହର ଦେଶର ସବୁଠୁ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି । କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟ ସ୍ବଚ୍ଛତା ସର୍ଭେ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ମଧ୍ୟପ୍ରଦେଶର ଇନ୍ଦୋରସହର ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି ।  ସେହିପରି ସ୍ବଚ୍ଛ ସହରର ଦ୍ବିତୀୟ ସ୍ଥାନରେ ରହିଛି ଗୁଜୁରାଟର ସୁରତ୍‌ ଓ ତୃତୀୟ ସ୍ଥାନରେ ରହିଛି ନଭୀ ମୁମ୍ବାଇ । କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେବାସହ ଇନ୍ଦୋର ଜନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇନ୍ଦୋର ସହ ସ୍ବଚ୍ଛତାରେ ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ମଧ୍ୟପ୍ରଦେଶରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସହରର ଲୋକ, ରାଜନୈତିକ ନେତୃତ୍ବ ଓ ନଗର ନିଗମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।