ରୋଗ ଦୂରେଇବା ପାଇଁ ମଣିଷକୁ ବଳି ପକାଉଛି ଆଉ ଜଣେ ମଣିଷ ।

ରୋଗ ଦୂରେଇବା ପାଇଁ ମଣିଷକୁ ବଳି ପକାଉଛି ଆଉ ଜଣେ ମଣିଷ ।

ରୋଗ ଦୂରେଇବା ପାଇଁ ମଣିଷକୁ ବଳି ପକାଉଛି ଆଉ ଜଣେ ମଣିଷ ।
ଆଠଗଡ଼ରେ ଏକ ଅଭାବନୀୟ ନାରକୀୟ କାଣ୍ଡ ଘଟିଛି । କରୋନା ପାଇଁ ଜଣେ ମନ୍ଦିର ପୂଜକ ନରବଳି ଦେଇଛନ୍ତି । ଅଭିଯୁକ୍ତ ପୂଜକ ଏବେ ଥାନାରେ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ଆଠଗଡ଼ ଏସଡ଼ିପିଓ ଆଲୋକ ରଞ୍ଜନ ରାୟଙ୍କ ସୂଚନାନୁଯାୟୀ, ବନ୍ଧହୁଡ଼ା ମାଆ ବ୍ରାହ୍ମଣୀ ଦେଇ ମନ୍ଦିରରେ ଜଣେ ବ୍ୟକ୍ତିଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ଛାନଭିନ ଜାରି ରହିଥିବାବେଳେ ଅଭିଯୁକ୍ତ ଜଣଙ୍କ ଥାନାରେ ନିଜକୁ ଆତ୍ମସମର୍ପଣ କରି ଦେଇଥିଲେ । ସ୍ୱପ୍ନାଦେଶ ପରେ କଟୁରୀରେ ହାଣି ସେ ସରୋଜ ପ୍ରଧାନଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିବା ପୂଜକ କହିଛନ୍ତି । ଏହାଦ୍ୱାରା କରୋନା ହଟିବ ବୋଲି ପୂଜକ ଜଣଙ୍କ ପୁଲିସକୁ କହିଛି । ଅପରପକ୍ଷରେ ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରି ନରସିଂହପୁର ପୁଲିସ ତଦନ୍ତ ଆରମ୍ଭ କରିଦେଇଛି । ତେବେ ହତ୍ୟା ପଛରେ ଅନ୍ଧବିଶ୍ୱାସ ନା ପୂର୍ବ ଶତ୍ରୁତା ? ସେନେଇ ବି ପ୍ରଶ୍ନ ଉଠିଛି । ସ୍ଥାନୀୟ ଅଂଚଳର ସୂଚନା ଅନୁଯାୟୀ, ପୂର୍ବରୁ ପୂଜକ ଓ ସରୋଜଙ୍କ ମଧ୍ୟରେ ବଳିକୁ ନେଇ ବିବାଦ ରହିଥିଲା । ତେଣୁ ନରବଳି ପଛରେ ଏହା ଏକ କାରଣ ହୋଇଥାଇପାରେ ବୋଲି କୁହାଯାଉଛି ।