ମଧ୍ୟାହ୍ନଭୋଜନ ଖାଇ ୨୦ ପିଲା ଅସୁସ୍ଥ

ମଧ୍ୟାହ୍ନଭୋଜନ ଖାଇ ୨୦ ପିଲା ଅସୁସ୍ଥ

ମଧ୍ୟାହ୍ନଭୋଜନ ଖାଇ ୨୦ ପିଲା ଅସୁସ୍ଥ
ଯାଜପୁର: ମଧ୍ୟାହ୍ନଭୋଜନ ଖାଇ ୨୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି । ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇଥିଲେ । ତେବେ ଅସୁସ୍ଥ ହେବାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ସମସ୍ତ ଅସୁସ୍ଥ ପିଲାମାନଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି ।