ରେମିଡେସିଭିର ଇଞ୍ଜେକସନ ତିଆରି କରିଥିବା କମ୍ପାନୀଗୁଡିକ ଏହାର ମୂଲ୍ୟ ହ୍ରାସ କରିଛନ୍ତି

ରେମିଡେସିଭିର ଇଞ୍ଜେକସନ ତିଆରି କରିଥିବା କମ୍ପାନୀଗୁଡିକ ଏହାର ମୂଲ୍ୟ ହ୍ରାସ କରିଛନ୍ତି

ରେମିଡେସିଭିର ଇଞ୍ଜେକସନ ତିଆରି କରିଥିବା କମ୍ପାନୀଗୁଡିକ ଏହାର ମୂଲ୍ୟ ହ୍ରାସ କରିଛନ୍ତି
ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ରେମିଡେସିଭିର ଇଞ୍ଜେକସନର ଏବେ ଦେଶସାରା ଅଭାବ ପରିଲକ୍ଷିତ ହେଉଥିଲା ବେଳେ ସରକାର ଏବେ ଏହି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ରୟାୟନ ଏବଂ ସାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛି । ଏହା ପରେ ରେମିଡେସିଭିର ଇଞ୍ଜେକସନ ତିଆରି କରିଥିବା କମ୍ପାନୀଗୁଡିକ ଏହାର ମୂଲ୍ୟ ହ୍ରାସ କରିଛନ୍ତି । ଏବେ ଏହାର ମୂଲ୍ୟ ୩,୫୦୦ ଟଙ୍କାରୁ ଅଧିକ ହେବ ନାହିଁ । ତା ଛଡା ନ୍ୟାସନାଲ ଫର୍ମାସିଟୁ୍ୟକାଲ ପ୍ରାଇସିଂ ଅଥରିଟି ଦେଶସାରା ଏହାର ଉପଲବ୍ଧତା ଉପରେ ନଜର ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି ।