ରେଢ଼ାଖୋଲ-ସମ୍ବଲପୁର ରାସ୍ତାରେ ହେବ ଓଭରବ୍ରିଜ, ହାତୀ ଯିବେ ତାଙ୍କ ଚଲାପଥରେ
ରେଢ଼ାଖୋଲ-ସମ୍ବଲପୁର ରାସ୍ତାରେ ହେବ ଓଭରବ୍ରିଜ, ହାତୀ ଯିବେ ତାଙ୍କ ଚଲାପଥରେ
ଭୁବନେଶ୍ୱର: ବ୍ୟସ୍ତବହୁଳ ରାଜପଥ ପାର ହେବା ବେଳେ ବିଭିନ୍ନ ଦୁର୍ଘଟଣାର ଶିକାର ହେବା ସହ ଅଜାଣତଃ କେତେବେଳେ ନିଜେ ଶିକାରୀ ସାଜିଯାଉଛି ହାତୀ । ହାତୀଙ୍କ ସୁରକ୍ଷା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି, ସେଥିପାଇଁ ସେମାନଙ୍କ ଚଲାପଥ ସୁରକ୍ଷିତ ରଖିବାକୁ ଫ୍ଲାଏଓଭର ନିର୍ମାଣ ହେବ । ସେମାନେ ଯେମିତି ଅନାୟସରେ ପାର ହୋଇପାରିବେ ସେଥିପାଇଁ ଏନଏଚ୍ଏଆଇ ଏବଂ ପୂର୍ତ୍ତ ବିଭାଗ ମିଳିତ ଭାବେ ଓଡ଼ିଶାରେ ଏକ କିଲୋମିଟର ଦୈର୍ଘ୍ୟର ଫ୍ଲାଏଓଭର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ରେଢ଼ାଖୋଲ-ସମ୍ବଲପୁର ମଧ୍ୟରେ ନିର୍ମାଣ ହେବ ।
କଟକ- ସମ୍ବଲପୁର ଦେଇ ଯାଇଥିବା ଏନ୍ଏଚ୍-୫୫ ରେ ହାତୀମାନେ ପାରି ହେଉଥିବାରୁ ଜଙ୍ଗଲ ଓ ପରିବେଶ ବିଭାଗର ଏକ ହାତୀ ଟ୍ରାକର ଦଳ ସେମାନଙ୍କ ନିରାପତ୍ତା ପାଇଁ ନିୟୋଜିତ ହୋଇଛନ୍ତି । ଯେତେବେଳେ ହାତୀ ପାର ହେଉଛନ୍ତି ସେତେବେଳ ଯାନବାହାନ ଚଳାଚଳ ବନ୍ଦ କରାଯାଉଛି । ଫ୍ଲାଏଓଭର ତିଆରି ହେଲେ, ହାତୀମାନେ ସେମାନଙ୍କ ପାରମ୍ପରିକ ରାସ୍ତାକୁ ବ୍ୟବହାର କରିପାରିବେ । ଏହାଛଡ଼ା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା କେନ୍ଦୁଝର ଓ ପାଲଲହଡ଼ା ନିକଟରେ ୫୩୨ ମିଟର ଲମ୍ବର ଅନ୍ୟଏକ ଫ୍ଲାଏଓଭର ନିର୍ମାଣ କରିବାକୁ ପ୍ରସ୍ତାବ ରଖାଯାଇଛି । ଅନୁଗୁଳ ଓ ସମ୍ବଲୁର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଉପରେ ଥିବା ୧୧୨ କିଲୋମିଟର ସେକ୍ସନ୍ ଭିତରେ ଗୋଟିଏ କିଲୋମିଟର ଲମ୍ବା ଫ୍ଲାଏଓଭର ବ୍ୟତୀତ ୧୨ଟି ହାତି ଅଣ୍ଡର ପାସ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ୧୯୭୯ ମସିହା ବେଳକୁ ଓଡ଼ିଶାରେ ୨୦୪୪ଟି ହାତୀ ଥିବା ବେଳେ ୨୦୧୭ ହାତୀ ଗଣନାରେ ତାହା କମି ୧୯୭୬ରେ ପହଞ୍ଚିଥିଲା। କେବଳ ସେତିକି ନୁହଁ ହାତୀ ମାନେ ନିଜ ବାସସ୍ଥଳୀ ଛାଡ଼ି ଏଣେ ତେଣେ ଚାଲିଯାଇଥିଲେ ।ଏବେ ରାଜ୍ୟର ୩୦ଟି ଜିଲ୍ଳା ଭିତରୁ ୨୬ଟିରେ ହାତୀମାନଙ୍କର ଚଳପ୍ରଚଳ ଦେଖିବାକୁ ମିଳୁଛି ।




admin 