ରୁଷରେ କରୋନାର ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି
ରୁଷରେ କରୋନାର ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି
ମସ୍କୋ: ରୁଷରେ କରୋନାର ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି । ୨୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ କରାଯାଇଛି । ସରକାରୀ ତଥ୍ୟ ଅନୁସାରେ ୨୫,୧୪୨ ଜଣ ନୂଆ ପଜିଟିଭ ମିଳିଛି । ଯାହାକି ଜାନୁଆରୀ ୨ ତାରିଖ ପରେ ଗୋଟିଏ ଦିନରେ ଦେଶରେ ସର୍ବାଧିକ ସଂକ୍ରମଣ । ସେହିଭଳି ୬୬୩ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ରୁଷର ୧୪କୋଟି ୬୦ ଲକ୍ଷ ଲୋକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୧୬ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇପାରିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶବାସୀଙ୍କୁ ଗୁଜବରେ ବିଶ୍ୱାସ ନ କରି ଅଧିକରୁ ଅଧିକ ଟିକା ନେବା ଲାଗି ନିବେଦନ କରିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଦେଶରେ କୌଣସି ପ୍ରକାର ନୂଆ କଟକଣା ଲାଗୁ କରାଯାଇପାରିନାହିଁ । ରୁଷରେ ୫୬ ଲକ୍ଷ ୧୦ ହଜାର ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧ ଲକ୍ଷ ୩୮ ହଜାର ଲୋକଙ୍କ ମୃତୁ୍ୟ ଘଟିଛି ।




admin 