ରୁଷର ସ୍ବୀକାର, ଆମେ ବିପୁଳ ସୈନ୍ୟ ହରାଇଛୁ

ରୁଷର ସ୍ବୀକାର, ଆମେ ବିପୁଳ ସୈନ୍ୟ ହରାଇଛୁ

ରୁଷର ସ୍ବୀକାର, ଆମେ ବିପୁଳ ସୈନ୍ୟ ହରାଇଛୁ

ଲିଭିଭ୍: ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ରୁଷ୍‌କୁ ଭାରୀ ପଡ଼ିଛି। ବାହାରକୁ ଦମ୍ଭ ଦେଖାଉଥିଲେ ମଧ୍ୟ ରଷ୍‌ରେ ଅନେକ କ୍ଷତି ହୋଇଛି। ହଜାର ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି।  ସ୍କାଏ ନିଉଜ୍ ସହିତ ଆଳାପ ବେଳେ କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଦୁଃଖ ପ୍ରକାଶ କରି କହିଛନ୍ତି, ଆମେ ଉଲ୍ଲେଖନୀୟ ସଂଖ୍ୟକ ସୈନ୍ୟ ହରାଇଛୁ। ଏହା ଆମ ପାଇଁ ବଡ଼ ଦୁଃଖଦ ଘଟଣା।

୬ ସପ୍ତାହ ଧରି ମସ୍କୋ ୟୁକ୍ରେନ୍ରେ ଚଳାଇଥିବା ଆକ୍ରମଣ ଯୋଗୁଁ ୪ ନିୟୁତରୁ ଅଧିକ ଲୋକ ବିଦେଶକୁ ଚାଲିଯାଇଛନ୍ତି। ହଜାର ହଜାର ମୃତାହତ ହୋଇଛନ୍ତି। ନଗରୀ ସବୁ ଧ୍ବଂସସ୍ତୂପ ପାଲଟିଛି। ଏଥିଯୋଗୁଁ ପାଶ୍ଚାତ୍ୟ ଏବଂ ୟୁରୋପୀୟ ରାଷ୍ଟ୍ରମାନେ ରୁଷୀୟ ନେତା ଓ କମ୍ପାନିଗୁଡ଼ିକ ଉପରେ କଠୋର କଟକଣା ଜାରି କରିଛନ୍ତି।

ପୂର୍ବରୁ ମଧ୍ୟ ମସ୍କୋ ସ୍ବୀକାର କରିଥିଲା ଯେ, ଆକ୍ରମଣ ଯେତେ ଦ୍ରୁତ ହେବ ବୋଲି ମନେହେଉଥିଲା ତାହା ହେଲା ନାହିଁ। ପ୍ରଧାନମନ୍ତ୍ରୀ ମିଖାଇଲ୍ ମୁସୁସ୍ତିନ୍ ମଧ୍ୟ କହିଛନ୍ତି ଅଭୂତପୂର୍ବ ପାଶ୍ଚାତ୍ୟ କଟକଣା ଯୋଗୁଁ ରୁଷ୍ ୩ ଦଶନ୍ଧି ପାଇଁ କଠିନ ଆର୍ଥିକ ପରିସ୍ଥିତ ଦେଇ ଗତି କରୁଛି।

ଗୁରୁବାର ରାତିରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଭିଡିଓ ବାର୍ତ୍ତାରେ କହିଛନ୍ତି, ଯୁଦ୍ଧକ୍ଷେତ୍ରରେ ଜିଣିବା ଲାଗି ୟୁକ୍ରେନ୍ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛି। ୟୁକ୍ରେନ୍କୁ ଅସ୍ତ୍ର ଯୋଗାଣ ହିଁ ରୁଷ୍ ପ୍ରତି ସବୁଠୁ ଶକ୍ତ କଟକଣା ହୋଇପାରେ।

ରୁଷ୍ ସେନା କବଳରୁ ଉଦ୍ଧାର କରାଯାଇଥିବା କିବ୍ର ଉତ୍ତରପଶ୍ଚିମସ୍ଥିତ ବୋରୋଡିୟାଙ୍କା ନଗରୀର ପରିସ୍ଥିତି ବୁଚା ଠାରୁ ମଧ୍ୟ ଅଧି ଭୟାବହ ବୋଲି ସେ ସୂଚନା ଦେଇଛନ୍ତି।