ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମୋଦୀଙ୍କ ବଡ଼ ବୟାନ, କହିଲେ ବିଶ୍ବ ଦୁଇଭାଗ

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମୋଦୀଙ୍କ ବଡ଼ ବୟାନ, କହିଲେ ବିଶ୍ବ ଦୁଇଭାଗ

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମୋଦୀଙ୍କ ବଡ଼ ବୟାନ, କହିଲେ ବିଶ୍ବ ଦୁଇଭାଗ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ପୂରା ବିଶ୍ୱ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛନ୍ତି। ହେଲେ ଭାରତ ତା’ର ନିରପେକ୍ଷ ନୀତିରେ କାମ କରି ଚାଲିଛି। ନିରପେକ୍ଷ ନୀତି ଯୋଗୁ ଭାରତ ତା’ର ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି ଓ ବିଶ୍ୱର କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇ ନାହିଁ ବୋଲି ମୋଦି କହିଛନ୍ତି।

ରୁଷ ଓ ୟୁକ୍ରେନ ଯୁଦ୍ଧ ଆଡ଼କୁ ଇସାରା କରି ମୋଦି କହିଛନ୍ତି, ଯେତବେଳେ ଗୋଟିଏ ସମୟରେ ପୂରା ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇ ସାରିଛି ସେତେବେଳେ ମାନବିକତା ପାଇଁ ନିରପେକ୍ଷ ନୀତି ଅବଲମ୍ବନ କରି ଆସିଛି। ଭାରତ ତା’ର ଜାତୀୟ ସ୍ୱାର୍ଥକୁ ସବୁଠାରୁ ଆଗରେ ରଖି କାମ କରିଛି।”

ଆଜି ବିଜେପିର ପ୍ରତିଷ୍ଠା ଦିବସରେ ମୋଦି କହିଛନ୍ତି, ଚଳିତ ବର୍ଷ ପ୍ରତିଷ୍ଠା ଦିବସ ୩ଟି କାରଣ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କାରଣ ହେଲା ଆମେ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛେ। ଏହା ପ୍ରେରଣା ପାଇଁ ସବୁଠାରୁ ବଡ଼ ଉତ୍ସବ। ଦ୍ୱିତୀୟ କାରଣ ହେଲା, ଦ୍ରୁତଗତିରେ ବିଶ୍ୱର ସ୍ଥିତି ବଦଳିବା ଓ ଭାରତ ପାଇଁ ନିୟମିତ ନୂଆ ନୂଆ ସୁଯୋଗ ସୃଷ୍ଟି ହେବା। ତୃତୀୟ କାରଣ ହେଲା, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ। ନିକଟରେ ବିଜେପିର ଡବଲ ଇଞ୍ଜିନ ସରକାର ୪ ରାଜ୍ୟରେ ଫେରିଛି। ସେହିପରି ଦୀର୍ଘ ଦଶନ୍ଧି ପରେ ରାଜ୍ୟସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୦୦ ଅଙ୍କ ଛୁଇଁଛି।

ମହାମାରୀ ସମୟରେ ଭାରତ ୪୦୦ ବିଲିୟନ ଡଲାରର ରପ୍ତାନୀ ଟାର୍ଗେଟକୁ ପୂରଣ କରି ନିଜ ଦକ୍ଷତାର ପ୍ରମାଣ କରିଥିବା ମୋଦି ତାଙ୍କ ଭାଷଣରେ କହିଛନ୍ତି। ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ବିପଦ ବିଶ୍ୱକୁ ଘାରିଥିଲେ ହେଁ ଭାରତ ଏହାର ମୁକାବିଲା କରି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଇଛି।

କୌଣସି ଭାରତୀୟ ଯେମିତି ଭୋକରେ ନ ଶୋଇବେ, ତା’କୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଜେପି ନେତୃତ୍ୱାଧୀନ ସରକାର ସବୁବେଳେ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ରରେ କାମ କରିଛି।

ବିଜେପିର ୪୨ତମ ପ୍ରତିଷ୍ଠା ଦିବସରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, ପୂର୍ବରୁ ଭାରତ ବିକାଶ ରାସ୍ତାରେ ଚାଲି ପାରିବନି ବୋଲି ଆଶଙ୍କା କରି ଅନେକ ଇସ୍ତଫା ଦେଉଥିଲେ। ହେଲେ ଏବେ ଭାରତ ବିକାଶ ରାସ୍ତାରେ ଚାଲୁଥିବା ସମସ୍ତେ ବିଶ୍ୱାସ କରିବା ଆରମ୍ଭ କଲେଣି।