ରୀନା ପାଶ୍ୱାନଙ୍କୁ ରାଜ୍ୟସଭା ଟିକେଟ ପାଇଁ ମୋଦିଙ୍କ ନିକଟରେ ଦାବି କଲା ଏଲଜେପି
ରୀନା ପାଶ୍ୱାନଙ୍କୁ ରାଜ୍ୟସଭା ଟିକେଟ ପାଇଁ ମୋଦିଙ୍କ ନିକଟରେ ଦାବି କଲା ଏଲଜେପି
admin
Nov 24, 2020 - 07:33
Updated: Nov 24, 2020 - 07:33
ପାଟନା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀଙ୍କୁ ରାଜ୍ୟସଭା ଟିକେଟ ଦେବା ପାଇଁ ଦାବି ହୋଇଛି । ରୀନା ପାଶ୍ୱାନଙ୍କୁ ରାଜ୍ୟସଭା ଟିକେଟ ଦିଆଯିବା ଉଚିତ ବୋଲି ଏଲଜେପି ମିଡିଆ ଇନଚାର୍ଜ କି୍ରଷ୍ଣା ସିଂ କଲ୍ଲୁ କହିଛନ୍ତି । ପାଶ୍ୱାନଙ୍କ ଦେହାନ୍ତ ପରେ ଉକ୍ତ ଆସନଟି ଖାଲି ରହିଛି । ରୀମାଙ୍କୁ ପ୍ରାର୍ଥୀ କରାଯିବା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କଲ୍ଲୁ କହିଛନ୍ତି ।
ରାଜ୍ୟସଭା ଆସନଟି ୮ ଅକ୍ଟୋବରରୁ ଖାଲି ରହିଛି । ଆସନ୍ତା ୨୬ ତାରିଖରେ ଏହି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କପ ଦାଖଲ ପାଇଁ ଡିସେମ୍ବର ୩ ତାରିଖ ରଖାଯାଇଛି । ୪ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସହିତ ୭ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିବ । ଏହାପରେ ଯଦି ୧ରୁ ଅଧିକ ପ୍ରାର୍ଥୀ ରୁହନ୍ତି ତେବେ ନିର୍ବାଚନ କରାଯିବ ବୋଲି ଜଣାପଡିଛି ।
ଏହା ସହିତ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି୍ରୁ ପତ୍ର ଲେଖିଛନ୍ତି କି୍ରଷ୍ଣା ସିଂ କଲ୍ଲୁ । ରୀମା ପାଶ୍ୱାନଙ୍କୁ ସମର୍ଥନ ଦେବା ପାଇଁ କଲ୍ଲୁ ପତ୍ର ରେ ଉଲ୍ଲେଖ କରିଛନ୍ତି । ତେବେ ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମିକୁ ଦେଖିଲେ ଏହା ଅସମ୍ଭବ ମନେ ହେଉଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢିଥିଲା ଏଲଜେପି । ଏଲଜେପି କେବଳ ଜେଡିୟୁ ବିପକ୍ଷରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ବିପକ୍ଷରେ ଜଣେ ବି ପ୍ରାର୍ଥୀ ଦେଇନଥିଲା ।