ଆଇଆଇଏଫଏଲ୍‌ ଫାଇନାନ୍ସରୁ କୋଡିଏ କୋଟି ଲୁଟ୍‌ର ପର୍ଦ୍ଦାଫାସ୍‌

ଆଇଆଇଏଫଏଲ୍‌ ଫାଇନାନ୍ସରୁ କୋଡିଏ କୋଟି ଲୁଟ୍‌ର ପର୍ଦ୍ଦାଫାସ୍‌

ଆଇଆଇଏଫଏଲ୍‌ ଫାଇନାନ୍ସରୁ କୋଡିଏ କୋଟି ଲୁଟ୍‌ର ପର୍ଦ୍ଦାଫାସ୍‌
କଟକ : କଟକ ନୟାଗଡସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍ ହୋଇଛି। ଏହି ଲୁଟ୍‌ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପୁଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର । ସୂଚନାଯୋଗ୍ୟ ନଭେମ୍ବର ୨୦ ଗୁରୁବାର କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ବନ୍ଧୁକ ମୁନରେ ଲୁଟ୍‌ ହୋଇଥିଲା । ଲୁଟ୍‌ ଘଟିବା ପରେ କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।