ରିଲିଜ୍ ପୂର୍ବରୁ ଧମାଲ କରୁଛି ଏହି ଫିଲ୍ମ
ରିଲିଜ୍ ପୂର୍ବରୁ ଧମାଲ କରୁଛି ଏହି ଫିଲ୍ମ
ମୁମ୍ବାଇ: ରିଲିଜ୍ ପୂର୍ବରୁ ଧମାଲ କରଛି ବଲିଉଡ ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ’। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହା ରୋକର୍ଡ ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ। ବଡ଼ ପରଦାରେ ରିଲିଜ୍ ହେବା ପରେ ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରାଯିବ। ଆମାଜନ୍ ପ୍ରାଇମ୍ ଏନେଇ ଡିଜିଟାଲ୍ ରାଇଟ୍ସ ହାସଲ କରିଛି, ଯେଉଁଥିପାଇଁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଛି। ଆମାଜନ ପ୍ରାଇମ ୧୨୫ କୋଟି ଦେଇ ଆକ୍ସନ୍-ଆଡଭେଞ୍ଚର ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’ର ଭାଗ ୧ ଏବଂ ଭାଗ ୨ର ଷ୍ଟ୍ରିମିଂ ରାଇଟ୍ସ କିଣିଛି।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ’ ଲେଖକ-କାର୍ୟ୍ୟକର୍ତ୍ତା କଲକି କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ଉପରେ ଆଧାରିତ। ମହାନ ଭାରତୀୟ ରାଜାମାନଙ୍କ ମଧ୍ୟରୁ ଜଣେ ରାଜା, ରାଜା ଚୋଲଙ୍କ କାଳ୍ପନିକ କାହାଣୀ କହିବ। ଏବେ ଚଳଚ୍ଚିତ୍ରର ନିର୍ମାତାମାନେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଉନ୍ମୋଚନ କରିବା ସହ ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ପୋଷ୍ଟର ରିଲିଜ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ଫିଲ୍ମର ପ୍ରଥମ ଭାଗ ସେପ୍ଟେମ୍ବର ୩୦, ୨୦୨୨ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡ଼ିଛି।




admin 