ରିପବ୍ଲିକ ଟିଭିର ହଜାରେ କର୍ମଚାରୀଙ୍କ ନାମରେ ଏତଲା

ରିପବ୍ଲିକ ଟିଭିର ହଜାରେ କର୍ମଚାରୀଙ୍କ ନାମରେ ଏତଲା

ରିପବ୍ଲିକ ଟିଭିର ହଜାରେ କର୍ମଚାରୀଙ୍କ ନାମରେ ଏତଲା
ମୁମ୍ବାଇ : ମହାରାଷ୍ଟ୍ର ସରକାର ଏବଂ ରିପବ୍ଲିକ୍ ଟିଭି ମଧ୍ୟରେ ଝଗଡା ନୂତନ ମୋଡ ନେଇଛି । ଟିଆରପି ସ୍କାମରେ ଜଡିତ ରହିଥିବା ନେଇ ଅଭିଯୋଗ ଆସିବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ରିପବ୍ଲିକ ଟିଭି ବିରୋଧରେ ମାମଲା ରୁଜୁ କରାଯାଇଥିଲା । ତେବେ ଆଜି ମିଳିଥିବା ନୂତନ ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସ ପକ୍ଷରୁ ରିପବ୍ଲିକ ଟିଭିର ୧୦୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହା ସହିତ ଟିଭିର ସମ୍ପାଦକୀୟ ବର୍ଗରେ କାମ କରୁଥିବା ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାକୁ ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।