ତାମିଲନାଡୁରୁ ମିଳିଲା ଡାଇନୋସୋର ଅଣ୍ଡା : ଜାଣନ୍ତୁ ଏହା ପଛର ସତ୍ୟତା

ତାମିଲନାଡୁରୁ ମିଳିଲା ଡାଇନୋସୋର ଅଣ୍ଡା : ଜାଣନ୍ତୁ ଏହା ପଛର ସତ୍ୟତା

ତାମିଲନାଡୁରୁ ମିଳିଲା ଡାଇନୋସୋର ଅଣ୍ଡା : ଜାଣନ୍ତୁ ଏହା ପଛର ସତ୍ୟତା
ଚେନ୍ନାଇ : ତାମିଲନାଡୁରୁ ଡାଇନୋସୋର ଅଣ୍ଡା ମିଳିଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲିଥିଲା । ତାମିଲନାଡୁର ପେରାମ୍ବଲୁର ସହରରୁ ଏହି ଅଣ୍ଡା ମିଳିଥିବା ନେଇ ଫଟୋରେ କୁହାଯାଇଥିଲା । ଏହି ଘଟଣା ପରେ ପ୍ରତ୍ନତତ୍ୱବିଦ ଏବଂ ଭୂତତ୍ତ୍ୱବିଦ ମାନେ ଘଟଣାସ୍ଥଳକୁ ପରିଦର୍ଶନ କରିବା ସହିତ ରିପୋର୍ଟ ପ୍ରଦାନ କରିଛନ୍ତି । ଡାଇନୋସର ଅଣ୍ଡା କୁହାଯାଉଥିବା ଏହି ଅସ୍ଥିବିଶେଷଟି ବାସ୍ତବରେ ଅଣ୍ଡା ନୁହେଁ ବରଂ ଆମୋନିଆ ବୋଲି ଜଣାପଡିଛି । ପ୍ରତ୍ନତତ୍ୱବିତ ରମେଶ କରୁପ୍ପିଆ ଏବଂ ଏ ପ୍ରଭୁଦେବା ଘଟଣାସ୍ଥଳକୁ ପରିଦର୍ଶନ କରି ପରୀକ୍ଷା ପରେ ଏହି ସୂଚନା ଦେଇଛନ୍ତି । ଉକ୍ତ ସ୍ଥାନରେ ୭ ଫୁଟର ଖୋଦେଇ ପରେ ଏକ ୨୦ ଫସ୍ୱଙ୍କ ଲମ୍ବର ଜୀବାଶ୍ମ ମିଳିଥିଲା ଯାହାକି ଏକ ଗଛର ଜୀବାଶ୍ମ ରହିଥିଲା । ଏହାପରେ ଅଣ୍ଡାକୃତି ଜୀବାଶ୍ମର ପରୀକ୍ଷଣ ପରେ ଏହା ଆମୋନାଇଟ ପଥର ବୋଲି ଜଣାପଡିଥିଲା ।