ରାହୁଲଙ୍କୁ ଭେଟିଲେ ପ୍ରଦୀପ ମାଝୀ

ରାହୁଲଙ୍କୁ ଭେଟିଲେ ପ୍ରଦୀପ ମାଝୀ

ରାହୁଲଙ୍କୁ ଭେଟିଲେ ପ୍ରଦୀପ ମାଝୀ


ନୂଆଦିଲ୍ଲୀ: ଚର୍ଚ୍ଚା ଚାଲିଛି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳ ଛାଡ଼ିବେ । ଅର୍ଥାତ୍ କଂଗ୍ରେସ ଛାଡ଼ି ବିଜେଡିକୁ ଯିବେ ବୋଲି ବହୁ ଦିନରୁ ଖବର ବୁଲୁଛି । ଏଭଳି ଚର୍ଚ୍ଚାକୁ ଖୋଦ୍ ପ୍ରଦୀପଙ୍କ ବୟାନବାଜି ହିଁ ବଳ ଦେଇଥିଲା ଗୁରୁବାର । ଏଭଳି ସ୍ଥିତିରେ ଶୁକ୍ରବାର ପ୍ରଦୀପ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ତାଙ୍କ ସହ ରାଜ୍ୟର ବରିଷ୍ଠ ନେତା ତଥା ବିହାର ପ୍ରଭାରୀ ଭକ୍ତଚରଣ ଦାସ ବି ଥିଲେ । ରାହୁଲ ଏହି ଅବସରରେ ପ୍ରଦୀପଙ୍କ ସହ ପୃଥକ ଆଲୋଚନା ବି କରିଛନ୍ତି । 

  ରାହୁଲଙ୍କୁ ଭେଟିବା ପରେ ପ୍ରଦୀପ କହିଛନ୍ତି, ସେ କଂଗ୍ରେସରେ ଅଛନ୍ତି । କଂଗ୍ରେସ ପାଇଁ କାମ କରୁଛନ୍ତି । ରାହୁଲଙ୍କ ସହ ରାଜ୍ୟରେ କଂଗ୍ରେସର ସ୍ଥିତି ମୁଜବୁତ କରିବା ଉପରେ ଆଲୋଚନା ହୋଇଛି । ହେଲେ ପିସିସି ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନାହିଁ । ସେ କଂଗ୍ରେସ ଛାଡ଼ିବା କଥା ମିଛ । ଏସବୁ କେବଳ ଗୁଜବ ।

  ଅପରପକ୍ଷରେ ପ୍ରଦୀପଙ୍କ ଦଳ ଛାଡ଼ିବା ଖବର ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦଳର ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ଯିଏ ଛାଡ଼ିବା କଥା ଯାଇପାରନ୍ତି । କଂଗ୍ରେସ ଉପରେ କିଛି ଫରକ ପଡ଼ିବ ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଥିବା ଯାଏ, କଂଗ୍ରେସ ରହିବ । କଂଗ୍ରେସ ଆମକୁ ପରିଚୟ ଦେଇଛି । ମୁଁ କେବେ କଂଗ୍ରେସ ଛାଡ଼ିପାରିବି ନାହିଁ ।