ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ

ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ

ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ
ଭୁବନେଶ୍ୱର : ଆଜି ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦ ଓ ଉପସଭାପତି ପଦରୁ ଦେଲେ ଇସ୍ତଫା । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ଶନିବାର ସେ ନବୀନ ନିବାସ ଯାଇ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ବସ୍ତା ଆସନ ପାଇଁ ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ରଘୁନାଥ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ବିଜେଡ଼ି ଛାଡ଼ିବା ପରେ ସେ ବିଜେପିରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନାଯୋଗ୍ୟଯେ, ବସ୍ତାର ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ରଘୁନାଥ ମହାନ୍ତି ବେଶ ପରିଚିତ । ତେବେ ପାରିବାରିକ ମାମଲାରେ ଫସି ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ହରାଇଥିଲେ । ୨୦୧୪ରେ ତାଙ୍କୁ ଦଳ ଟିକେଟ ଦେଇନଥିବାବେଳେ ଦଳୀୟ କାର‌୍ୟ୍ୟକ୍ରମରୁ ମଧ୍ୟ ସେ ଦୂରେଇ ଦେଇଥିଲେ । ପରବର୍ତୀ ସମ୍ପର୍କରେ ପାରିବାରିକ ବିବାଦର ସମାଧାନ ହେବା ପରେ ରଘୁନାଥ ବିଜେଡ଼ି ରାଜନୀତିକୁ ଫେରିଥିଲେ । ତାଙ୍କୁ ବିଜେଡ଼ି ଉପସଭାପତି କରିବା ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲା । ଚଳିତ ୨୦୧୯ ନିର୍ବାଚନରେ ସେ ବସ୍ତାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । କିନ୍ତୁ ଏଯାବତ ଏହି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ । ଦଳୀୟ ଟିକେଟ ନେଇ ଆଶଙ୍କା ପ୍ରକାଶ କରୁଥିବାରୁ ରଘୁନାଥ ଏଭଳି ନିଷ୍ପତି ନେଇଛନ୍ତି । ପରୋକ୍ଷରେ ସେ ଦଳ ଉପରେ ଚାପ ପକାଉଥିବା କୁହାଯାଉଛି । ଅପରପକ୍ଷରେ କେତେକ ବିଜେପି ନେତା ମଧ୍ୟ ତାଙ୍କ ସହ ଯୋଗସୂତ୍ରରେ ରହିଥିବା ଜାଣିବାକୁ ମିଳିଛି ।