ମହାରଥୀ ରାଗି ନିଆଁ
ମହାରଥୀ ରାଗି ନିଆଁ
admin
Jul 18, 2019 - 08:02
Updated: Jul 18, 2019 - 08:02
ଭୁବନେଶ୍ୱର: ଗୃହରେ ବର୍ଷିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ । ମନ୍ତ୍ରୀ ମୋ ବାବଦରେ ଦେଇଥିବା ମତର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମହାରଥୀ କହିଛନ୍ତି । ଏଥି ସହିତ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୋ ପ୍ରତି ମନ୍ତ୍ରୀଙ୍କ ଆପେକ୍ଷକୁ ବିବରଣୀରୁ ବାଦ୍ ଦିଆଯାଉ ବୋଲି ମତ ରଖିଛନ୍ତି । ନଚେତ ବିଧାନସଭା ଗୃହକୁ ଆସିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅନୁଧ୍ୟାନ କରି ବାଦ୍ ଦିଆଯିବକୁ ବିଚାର ହେବ ବୋଲି ବାଚସ୍ପତି କହିଛନ୍ତି ।
ପ୍ରକାଶ ଯେ, ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ମହାରଥୀଙ୍କୁ ଯେଉଁଭଳି ଅପଦସ୍ଥ କରିଥିଲେ ଗୃହରେ ସେ ତାହାର ଆଜି ପ୍ରତିଉତ୍ତର ଫେରାଇ ଦେଇଛନ୍ତି । ଏହା ସହିତ ମନ୍ତ୍ରୀ ତାଙ୍କୁ କରିଥିବା ଅପମାନ ଯୋଗୁଁ ସେ ଗତକାଲିଠାରୁ ଖାଇ ନ ଥିବା ମଧ୍ୟ ପ୍ରଦୀପ ମହାରଥୀ କହିଛନ୍ତି ।
ରାଜ୍ୟରେ କେତେ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମହାରଥୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଭାରାପ୍ରାପ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଥିଲେ ଆପଣ ଚାଷୀ ପୁଅ, ଏଥିରେ ଡକ୍ଟରେଟ୍ କରିଛନ୍ତି । ଆପଣଙ୍କ ସମୟରେ ୧୨୮ଟି ଶୀତଳ ଭଣ୍ଡାରୁ ୮୦ଟି ବନ୍ଦ ହୋଇଯାଇଥିବାବେଳେ ୪୮ଟି କାର୍ୟ୍ୟ କରୁଛି । ଅନ୍ୟଗୁଡ଼ିକର ପୁନର୍ରୁଦ୍ଧାର ପାଇଁ ସରକାର ଉଦ୍ୟମ କରୁଛନ୍ତି ।
ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ସହଜରେ ହଜମ କରି ପାରି ନାହାଁନ୍ତି ମହାରଥୀ । ଯେଉଁଥିପାଇଁ ଆଜି ଗୃହରେ ସେ ତା’ର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସମୟରେ ମାତ୍ର ୨୮ଟି ଶୀତଳ ଭଣ୍ଡାର କାମ କରୁଥିବାବେଳେ ସେ ତାକୁ ୪୮କୁ ଆଣିଥିଲେ । ତେଣୁ ମୋ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନ ଉଠାଯିବା କଥା ନୁହେଁ ।