ରାସନକାର୍ଡଧାରୀଙ୍କୁ ହଜାରେ
ରାସନକାର୍ଡଧାରୀଙ୍କୁ ହଜାରେ
ଭୁବନେଶ୍ବର: ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ସହାୟତା । ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ସହାୟତା । ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କୋଭିଡ ସହାୟତା ନେଇ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ୧ ହଜାର ଟଙ୍କା ଲେଖାଏଁ ମିଳିବ ଜୀବନଜୀବିକା ସହାୟତା । ସମସ୍ତ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି ସହାୟତା ଟଙ୍କା । ବ୍ୟାଙ୍କ ଖାତାକୁ ଟଙ୍କା ଦେବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ସପ୍ତାହ ମଧ୍ୟରେ ସହାୟତା ରାଶି ଯୋଗାଇବାକୁ ନିର୍ଦ୍ଦେଶ ହୋଇଛି ।




admin 