ରାତିରେ ସଲ୍‌ମାନଙ୍କୁ କାମୁଡ଼ିଦେଲା ସାପ, ମେଡିକାଲ୍‌ରେ ଭର୍ତ୍ତି

ରାତିରେ ସଲ୍‌ମାନଙ୍କୁ କାମୁଡ଼ିଦେଲା ସାପ, ମେଡିକାଲ୍‌ରେ ଭର୍ତ୍ତି

ରାତିରେ ସଲ୍‌ମାନଙ୍କୁ କାମୁଡ଼ିଦେଲା ସାପ, ମେଡିକାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ଙ୍କୁ ଶନିବାର ରାତିରେ ଗୋଟିଏ ସାପ କାମୁଡ଼ି ଦେଇଛି। ସେ ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ବେଳେ ଶନିବାର ରାତି ୩ଟାରେ ଏପରି ଘଟଣା ଘଟିଛି। 

ସଲମାନଙ୍କୁ ନାଭି ମୁମ୍ବାଇର କାମୋଥେ ଅଞ୍ଚଳର ଥିବା ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ସଲମାନଙ୍କୁ ଗୋଟିଏ ବିଷାକ୍ତ ହୀନ ସାପ କାମୁଡ଼ି ଥିବା ଜଣାପଡ଼ିଥିଲା। ତେବେ ତାଙ୍କୁ ଆଣ୍ଟି ଭେନୋମ ମେଡିସିନ ଦିଆଯାଇଛି। ମେଡିସିନ ଦିଆଯିବା ପରେ ଡାକ୍ତର ତାଙ୍କୁ ନୀରିକ୍ଷଣରେ ରଖିଥିଲେ। ଏହାପରେ ସେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ। ରବିବାର ସକାଳ ୯ଟାରେ ସେଠାରୁ ଡିସଚାର୍ଜ ହୋଇଛନ୍ତି। ଏବେ ସେ ତାଙ୍କ ପାନଭେଲ ଫାର୍ମ ହାଉସରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସଂପୂର୍ଣ୍ଣ ଠିକ୍ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତାକାଲି ଦବଙ୍ଗ ଖାନଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପାଦ ଦେବେ। ଏହାପୂର୍ବରୁ ହିଁ ତାଙ୍କ ସହ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନ ଏବେ ସଂପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି ଓ ସେ ଶୀଘ୍ର ସୁସ୍ଥ ହେଉଛନ୍ତି।